ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା।
ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୋଲିସ୍।
ଜୁଲାଇ ୧ ତାରିଖ ସମ୍ବଲପୁରରୁ ଯାତ୍ରା ଆରମ୍ଭ କଲେ, ଆଜି ଆସି ପହଞ୍ଚିଛନ୍ତି କାଳିଆର ସିଂହ ଦୁଆରେ।