ସିଂହଦ୍ୱାରରୁ ମରିଚିକୋଟ୍ ଯାଏଁ ବ୍ୟାରିକେଡ୍ ଜାମ୍, ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ
୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା।
ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିର ସ୍ଥିତି କେମିତି ଅଛି, ସଂପୂର୍ଣ୍ଣ ଟେକ୍ନିକାଲ ଇଭାଲୁଏସନ ହେଉ।
ପୁରୀ ହେଉଛି ଧାର୍ମିକ ରାଜଧାନୀ; ଏହାର ବିକୃତ ଓ ବିଲୁପ୍ତ କରା ନ ଯାଉ ବୋଲି ସେ କହିଛନ୍ତି।
ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଥିବା କିଛି ମୌଳିକ ପ୍ରଶ୍ନକୁ ନେଇ ଅଡୁଆରେ ରାଜ୍ୟ ସରକାର। ଜେସିବି ମେସିନ୍ ଦ୍ୱାରା ନିଷିଦ୍ଧାଞ୍ଚଳରେ ୩୦ ଫୁଟ୍ ଗାତ ଖୋଳିବାକୁ କେଉଁ ଇଂଜିନିୟର ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ଅପରାଜିତା ପଚାରିଥିବା ପ୍ରଶ୍ନ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମକୁ ନେଇ ବଢୁଛି ବିବାଦ। କିଏ କହୁଛି କର, ତ କିଏ କହୁଛି ବନ୍ଦ କର।
ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ
ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି। ଏଥିପାଇଁ ଅପରାହ୍ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଥିବାରୁ ବ୍ୟାରିକେଡ୍ ଭାଙ୍ଗି ଭକ୍ତମାନେ ଶ୍ରୀମନ୍ଦିରକୁ ଧସେଇ ପଶିଥିବା ନଜର ଆସିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।
ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଦର୍ଶନ ବନ୍ଦ ରଖାଯାଇଛି। ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା। ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।
ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ଏହାସହ କିଓସ୍କରେ ଧାଡ଼ିରେ ଛିଡ଼ା ହୋଇ ମନ୍ଦିର ପ୍ରବେଶର କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି।
ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା। କେବଳ ପୁରୀ ଜିଲ୍ଲାର ଅଧିବାସୀ ହିଁ ଏବେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ।
ନୂଆବର୍ଷ ଭିଡକୁ ନଜରରେ ରଖି ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗରୁ ବଞ୍ଚିତ ଥିଲେ । ହେଲେ ୩ ଦିନ ପରେ ଆଜି ଶ୍ରୀମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଶ୍ରୀମନ୍ଦିରକୁ ଅଧିକ ଭକ୍ତ ଆସିଛନ୍ତି ।
ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ବଢିବାରେ ଲାଗିଛି । ନୂଆବର୍ଷ ଯେତିକି ପାଖେଇ ଆସୁଛି ସେତିକି ଭିଡ ଜମୁଛି ପର୍ଯ୍ୟଟନ ସହର ପୁରୀରେ। ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ହଲି ଡେ କଟାଇବା ପାଇଁ ପୁରୀକୁ ଛୁଟୁଛନ୍ତି ।
ପୁରୀ ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାନି ଗାଇଡଲାଇନ୍ ଜାରି କରିଛି। ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ।