Advertisment

ପାଠ ନ କହିପାରିବାରୁ ଉଠ୍ ବସ୍ କରାଇଲେ ମ୍ୟାଡାମ୍‌; ଟଳିପଡ଼ିଲେ ଚତୁର୍ଥ ଶ୍ରେଣୀ ଛାତ୍ର..

ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍‌ । ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର ।

author-image
Manoranjan Behera
ଅଦ୍ୟତନ ହୋଇଛି
Student Death

Student Death

ମ୍ୟାଡମ୍ ଉଠ୍ ବସ୍ କରାଇଲେ, ଉଠ୍ ବସ୍ ହେଉ ହେଉ ଚତୁର୍ଥ ଶ୍ରେଣୀର ପିଲାଟି ବେହୋସ ହୋଇଗଲା । ତାକୁ ତୁରନ୍ତ ହସପିଟାଲ ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ନିଆଯାଇଥିଲା । ସେଠାରେ ପିଲାଟିର ମୃତ୍ୟୁ ଘଟିଛି । ଏହି ସଂଗୀନ ଅଭିଯୋଗ ଆସିଛି ଯାଜପୁରରୁ । ମୃତକ ହେଲେ କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ସାନଓରାଳି ସୂର୍ଯ୍ୟ ନାରାୟଣ ନୋଡାଲ ୟୁପି ସ୍କଲର ରୁଦ୍ର ନାରାୟଣ ସେଠୀ ।

Advertisment

ସହପାଠୀଙ୍କ କହିବା ଅନୁସାରେ ମ୍ୟାଡମ୍ ରୁଦ୍ରକୁ କିଛି ପାଠ ପଚାରିଲେ, ସେ କହିପାରିଲା ନାହିଁ । ଏହା ପରେ ତାକୁ ଆଣ୍ଠେଇବାକୁ କହିଲେ ମ୍ୟାଡମ । ତା’ପରେ ଉଠବସ୍ କରାଇଲେ, ତିନି ଚାରି ଥର ଉଠ ବସ୍ ହେବା ପରେ ରୁଦ୍ର ବେହୋସ ହୋଇ ପଡ଼ିଯାଇଥିଲା । ସଙ୍ଗେ ସଙ୍ଗେ ଶିକ୍ଷୟିତ୍ରୀମାନେ ପାଣି ଛାଟି ତାକୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ସେ କିନ୍ତୁ ଆଉ ଉଠି ନଥିଲା । ଏନେଇ ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ପହଞ୍ଚି ପିଲାଟିକୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଭିଯୋଗ ପରେ ରସୁଲପୁର ଏବିଓ ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି ।

ଏନେଇ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କହିଛନ୍ତି, ପିଲାଟି କ୍ଲାସ୍‌ରେ ବେହୋସ ହୋଇ ଯାଇଥିବା ବେଳେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲୁ । ଏହାପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ପିଲାଟିକୁ ଯାଜପୁର ଓ ପରେ କଟକ ନେଇ ଯାଇଥିଲେ । ସେଠାରେ ପିଲାଟିର ମୃତ୍ୟୁ ହୋଇ ଯାଇଥିବା ଶୁଣିବାକୁ ପାଇଲୁ ।

Advertisment

ରସୁଲପୁର ଏବିଇଓ କହିଛନ୍ତି, ଛୁଆଟିର ଦେହ ଖରାପ ରହୁଥିଲା। ଦୁଇ ଦିନ ଆଗରୁ ସେ ପୁରୀ ଯାଇଥିଲା। ଗତକାଲି ଅସୁସ୍ଥତା ହେତୁ ସ୍କୁଲ ଯିବନି ବୋଲି ମା’କୁ କହୁଥିଲା, କିନ୍ତୁ ତା’ ମା’ ତାକୁ ବାଧ୍ୟ କରି ସ୍କୁଲ ପଠାଇଥିଲେ। ସେ ବିଜ୍ଞାନ ଖାତା ଓ ବହି ଆଣି ନ ଥିବାରୁ ଶିକ୍ଷୟିତ୍ରର ତାକୁ ଉଠବସ କରାଇଥିଲେ। ଦୁଇ ଥର ଉଠବସ ହେବା ପରେ ହିଁ ସେ ପଡ଼ି ଯାଇଥିଲା।

Punishment In School Student Death
Advertisment
Advertisment