Advertisment

ରାଷ୍ଟ୍ରପତି ଭବନରେ ରାତ୍ର ଭୋଜନ; ଏକାଠି ହେଲେ ଭାରତ ଓ ସାଉଦି ଆରବ ରାଷ୍ଟ୍ର ମୁଖ୍ୟ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଢୋଭାଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
President Murmu meets Saudi Arabia Crown Prince

President Murmu Saudi Arabia Crown Prince Mohammed bin Salman Al Saud in Delhi

ରାଷ୍ଟ୍ରପତି ଭବନରେ ଭବ୍ୟ ରାତ୍ର ଭୋଜନ । ଏକାଠି ହେଲେ ଭାରତ ଓ ସାଉଦି ଆରବ ରାଷ୍ଟ୍ର ମୁଖ୍ୟ । ଭାରତ ଗସ୍ତରେ ସାଉଦି ଆରବ ପ୍ରଧାନମନ୍ତ୍ରୀ ତଥା କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ । G20 ସମ୍ମିଳନୀରେ ଯୋଗ ଦେବା ପରେ ସେ ଭାରତ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ପରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ସାଉଦି ପିଏମ ।

Advertisment

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଢୋଭାଲଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଗତ ୧୦ ତାରିଖରେ G20 ଶିଖର ସମ୍ମିଳନୀ ଶେଷ ହୋଇଛି । ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଭାରତ ମଣ୍ଡପମରେ ବୈଠକରେ ଯୋଗ ଦେଇଥିଲେ ସମସ୍ତ ସଦସ୍ୟ ବିଶ୍ୱନେତା ।

ଆଲୋଚନାର ପ୍ରସଙ୍ଗ ଥିଲା ୱାନ୍ ଫ୍ୟୁଚର୍ । ତେବେ ବୈଠକର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ପରବର୍ତ୍ତୀ ଆୟୋଜକ ଭାବେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା' ସିଲଭାଙ୍କୁ ପ୍ରଦାନ କରିଛନ୍ତି ଅଧ୍ୟକ୍ଷତାର ଭାର । ଏଥିସହ ବିଶ୍ୱ ମଞ୍ଚରୁ ଦେଇଛନ୍ତି ଶାନ୍ତିର ବାର୍ତ୍ତା ।

Advertisment

ସ୍ୱସ୍ତି ଅସ୍ତୁ ବିଶ୍ୱସ୍ୟ । ବିଶ୍ୱରେ ହେଉ ଶାନ୍ତିର ସଞ୍ଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଉକ୍ତି ସହ ଶେଷ ହୋଇଛି ୨ ଦିନିଆ ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ । ଗତ ୯ ତାରିଖରେ ୱାନ୍ ଆର୍ଥ ଏବଂ ୱାନ୍ ଫ୍ୟାମିଲି ପରେ, ୧୦ ତାରିଖ ଦିନ ବୈଠକର ଶୀର୍ଷକ ଥିଲା ୱାନ୍ ଫ୍ୟୁଚର୍ ବା ଗୋଟିଏ ଭବିଷ୍ୟତ । ଏହି ଅବସରରେ ଜାତିସଂଘ ଭଳି ବୈଶ୍ୱିକ ସଂସ୍ଥାରେ ସଂସ୍କାର ଉପରେ ଜୋର ଦେଇଥିଲେ ମୋଦି । ସେ କହିଥିଲେ, ୫୧ ସଦସ୍ୟଙ୍କୁ ନେଇ ଜାତିଂସଘ ସ୍ଥାପନ ବେଳେ ବିଶ୍ୱସ୍ଥିତି ଭିନ୍ନ ଥିଲା । ଏବେ ଏହା ୨ଶହକୁ ବଢ଼ିଛି ।

President Murmu
Advertisment
Advertisment