ରାସ୍ତା ଦୁରବସ୍ଥାରୁ ବେହାଲ ଯାତ୍ରୀଙ୍କ ଅବସ୍ଥା । ଅସମ୍ଭାଳ ସ୍ଥିତିରୁ ଘଣ୍ଟା ଘଣ୍ଟା ଧରି ଅଚଳାବସ୍ଥା । ଟିକିଏ ଅସାବଧାନ ହେଲେ ଦୁର୍ଘଟଣାର ଆଶଙ୍କା । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଖୋଦ୍ ୨୬ ନମ୍ବର ଜାତୀୟ ରାଜପଥ ଓଡ଼ିଶାରୁ ଆନ୍ଧପ୍ରଦେଶକୁ ସଂଯୋଗ କରୁଛି ।
ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ରାସ୍ତା ଭଲ ଅଛି । କିନ୍ତୁ ସ୍ଥାନ ସ୍ଥାନରେ ପୂର୍ତ୍ତ ବିଭାଗର ହରିଲୁଟ୍ ଯୋଜନାରେ ବିଗିଡିଯାଇଛି ରାସ୍ତାର ହାଲ । ଗତ ଚାରିମାସ ତଳେ ପକାଯାଇଥିବା ପିଚୁ ଉଠି ଖାଲ ଖମାରେ ଭର୍ତ୍ତି ହେଲାଣି ।
ବାରମ୍ବାର ଦାବି ପରେ ବି ପ୍ରଶାସନ ନଶୁଣିବାରୁ ଲୋକେ ଏକାଠି ହୋଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି ।