ଗୋଟିଏ ପଟେ ଅପହଞ୍ଚ ସ୍ୱାଭିମାନ ଅଞ୍ଚଳ ମାଲକାନଗିରି ଭଳି ଜାଗାରେ ଜନନୀ ଯନ୍ତ୍ରଣା ଆଉ କାଶୀପୁର ଡାଏରିଆ; ଅନ୍ୟପଟେ ହାତପା’ନ୍ତାରେ ଚିକିସ୍ଥା ବ୍ୟବସ୍ଥା ଥିବା ସହର ଓ ମହାନଗରରେ ‘ଦଲାଲ୍’! ଏସବୁ ଭିତରେ ଚିକିତ୍ସାରେ ଆଉ ଏକ ସଙ୍କଟ ଆଣିଛି ଭେଜାଲ ମେଡିସିନ୍। ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖୁଥିବା ଓଡିଶା ସରକାରଙ୍କ ପ୍ରତି ଏହା ଏକ ପ୍ରଶ୍ନ ନୁହେଁ କି?