Advertisment

Pitabas Panda Murder Case Back in Spotlight: ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼, ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଢ଼ିଲା ନାନା ଚର୍ଚ୍ଚା

ମନୋଜ ପଣ୍ଡା ନାମକ ଜଣେ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟାଳୟ। ଯାହାର ଶୁଣାଣି ସେଦିନ ହିଁ ହେବ। ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ପରେ ଏବେ ବଢ଼ିଛି ଚର୍ଚ୍ଚା।

author-image
Tapan Swain
PITABAS-MURDER

PITABAS-MURDER Photograph: (OTV)

ପୀତବାସ ହତ୍ୟାକାଣ୍ଡ ଯେତିକି ଚର୍ଚ୍ଚାରେ, ତା’ଠୁ ଅଧିକ ଚର୍ଚ୍ଚାରେ ବ୍ରହ୍ମପୁର ଏସ୍.ପି ସର୍ଭଣା ବିବେକ୍ ଏମ୍। ହତ୍ୟା ଷଡ଼ଯନ୍ତ୍ରରେ ବିଜେଡି ନେତା ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାସଙ୍କ ଲିଙ୍କ୍ ବିଷୟରେ କହିବା ବେଳେ ନିର୍ବାଚନୀ ବିବାଦ କଥାକୁ ପ୍ରଘଟ କରି ନିଜେ ବିବାଦୀୟ ହୋଇପଡ଼ିଛନ୍ତି ଏସ.ପି। କାରଣ ହାଇକୋର୍ଟରେ ଯେଉଁ ନିର୍ବାଚନୀ ମୋକଦ୍ଦମା ବିଚାରାଧିନ ରହିଛି, ସେହି ମାମଲାକୁ ପୀତବାସ ହତ୍ୟାକାଣ୍ଡ ସହ ଯୋଡ଼ିଛନ୍ତି। ଏ ସଂପର୍କରେ ଆବେଦନକାରୀଙ୍କ ପିଟିସନକୁ ଗ୍ରହଣ କରି ଆସନ୍ତା ୭ ସୁଦ୍ଧା ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ବଢ଼ିବ କି ଏସପିଙ୍କ ଅଡୁଆ, ନାନା ଚର୍ଚ୍ଚା ହେଉଛି।..

Advertisment

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍.ପି. ସର୍ଭଣା ବିବେକ୍ ଏମଙ୍କ ବୟାନକୁ ନେଇ ହଲଚଲ୍। ଉଚ୍ଚନ୍ୟାୟାଳୟ ଯାଏଁ ଯାଇଛି କଥା, ଅଦାଲତ ବି ଗୁରୁତ୍ବର ସହ ନେଇଛନ୍ତି ମିଡ଼ିଆ ଆଗରେ ଏସପିଙ୍କ ଏଭଳି ବୟାନକୁ। କାହିଁକି ଓ କେଉଁ କାରଣ ପାଇଁ ଏସପି ମିଡ଼ିଆ ଆଗରେ ଦେଇଛନ୍ତି ଏଭଳି ବୟାନ୍ ? ଏହାକୁ କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ? ଆସନ୍ତା ୭ ତାରିଖ ସୁଦ୍ଧା ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମନୋଜ ପଣ୍ଡା ନାମକ ଜଣେ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାୟାଳୟ। ଯାହାର ଶୁଣାଣି ସେଦିନ ହିଁ ହେବ। ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ପରେ ଏବେ ବଢ଼ିଛି ଚର୍ଚ୍ଚା।

ବରିଷ୍ଠ ଆଇନଜୀବୀଙ୍କ ମତ, କଥା ଛଳରେ ହତ୍ୟାର ମୂଳ କାରଣ କହିବାକୁ ଯାଇ ଏସପି, ବିଚାରାଧିନ ବ୍ରହ୍ମପୁର ବିଧାନସଭା ଆସନ ସମ୍ପର୍କିତ ନିର୍ବାଚନୀ ମୋକଦ୍ଦମାକୁ ଯୋଡ଼ିଛନ୍ତି ପୀତବାସ ହତ୍ୟାକାଣ୍ଡ ସହ। ତା’ସହ ଚାର୍ଜସିଟ୍ ଦାଖଲ ପୂର୍ବରୁ କେସ୍ ଡାଏରୀରେ ଥିବା ତଥ୍ୟ ଆଧାରରେ ମିଡ଼ିଆ ଆଗରେ ବିସ୍ତୃତ ବୟାନ ରଖିଛନ୍ତି। ଫଳରେ ବିଚାରପ୍ରକ୍ରିୟା ପ୍ରଭାବିତ ହୋଇପାରେ। ତଥାପି ଯୁକ୍ତିଯୁକ୍ତ ଭାବେ ଏସପି ଯଦି ତଥ୍ୟ ଉପସ୍ଥାପନ କରିବେ, ତା’ହେଲେ ଏସପିଙ୍କ ଉପରେ କୌଣସି ପ୍ରଭାବ ପଡ଼ିନପାରେ। 

Advertisment

ଅକଟୋବର ୨୨। ବହୁଚର୍ଚ୍ଚିତ ପୀତବାସ ହତ୍ୟା ମାମଲାରେ ଗିରଫଦାରୀ ସଂପର୍କରେ ସୂଚନା ଦେବା ସହ କେମିତି ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ ଷଡ଼ଯନ୍ତ୍ର ରଚିଥିଲେ, ତଥ୍ୟ ବଖାଣିଥିଲେ ଏସ.ପି। କହିଥିଲେ, ୨୦୨୪ ବିଧାନସଭା ନିର୍ବାଚନୀ ଫଳାଫଳକୁ ଚାଲେଞ୍ଜ ସହ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ପିଣ୍ଟୁ ଦାସଙ୍କ ସହାୟକ ମନୋଜ ପଣ୍ଡା। ସ୍ବପ୍ନ ଥିଲା ନିର୍ବାଚନ ଯଦି ଅସିଦ୍ଧ ହୋଇଯାଏ, ତା’ହେଲେ ବିକ୍ରମ ଉପ ନିର୍ବାଚନ ଲଢ଼ିବେ। ବିଜୟୀ ହେବା ପରେ ତାଙ୍କ ସମର୍ଥକ କର୍ପୋରେଟରଙ୍କ ସହଯୋଗରେ ପିଣ୍ଟୁ ପୁଣି ଥରେ ମେୟର ହେବେ।

ଏଥିପାଇଁ ପିଣ୍ଟୁ ଦାଶ ମନୋଜ ପଣ୍ଡାଙ୍କ ନାଁରେ ପିଟିସନ୍ ଫାଇଲ୍ କରିଥିଲେ ଓ ଓକିଲଙ୍କ ମାମଲା ପରିଚାଳନା ଖର୍ଚ୍ଚ ବହନ କରୁଥିଲେ ବିକ୍ରମ। ମଦନ ଦଳାଇ କୋର୍ଟ ପ୍ରୋସିଡ଼ିଂରେ ଛିଡ଼ା ହେବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରୁଥିଲା। ତେବେ ବିଧାୟକ କେ.ଅନୀଲଙ୍କୁ ପୀତବାସ ଆଇନଗତ ସହାୟତା ଦେଉଥିବା ଆଶଙ୍କା କରି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ତିଆରି ହୋଇଥିଲା ବୋଲି କହିଥିଲେ ଏସପି। 

ତେବେ କୋର୍ଟରେ ବିଚାରାଧିନ ନିର୍ବାଚନୀ ମୋକଦ୍ଦମା ସଂପର୍କରେ ମିଡ଼ିଆ ଆଗରେ କାହିଁକି ଖୁଲାସା କଲେ ଏସପି ? ଆସନ୍ତା ୭ରେ ଏସପି କି ଉତ୍ତର ରଖିବେ ? ସେନେଇ ଏସପିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

ଅପରପକ୍ଷେ ପୀତବାସ ହତ୍ୟାକାଣ୍ଡକୁ ୨୫ ଦିନ ବିତିଗଲା। ତଥାପି ସାର୍ପ ସୁଟର୍ କୁରୁପତି ଭୂୟାଁ ଏବଂ ସୁପାରି ଡିଲର୍ ଉମା ବିଷୋୟୀର ଏଯାଏଁ ପତ୍ତା ମିଳିନି। ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି, ଖୁବଶୀଘ୍ର ଏହି ଦୁଇ ଅଭିଯୁକ୍ତ ଧରାପଡ଼ିବେ। 

Police Pitabas Panda Pitabas Murder Case
Advertisment
Related Articles
Advertisment