Advertisment

₹1 Crore Extortion Bid Against Kapil Sharma Foiled: କପିଲ ଶର୍ମାଙ୍କୁ ୧ କୋଟି ଦାଦାବଟି ମାଗିଥିଲା, ପଶ୍ଚିମବଙ୍ଗରୁ ଗିରଫ ହେଲା

ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଧମକ ଦେବା ଏବଂ ୧ କୋଟି ଟଙ୍କା ଦାବି କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଛି। ସେ ଭୟଭୀତ କରାଇବା ପାଇଁ ଭିଡିଓ ମଧ୍ୟ ପଠାଇଥିଲା।

author-image
Tapan Swain
Kapil Sharma

Kapil Sharma Photograph: (OTV)

ହାସ୍ୟ ଅଭିନେତା କପିଲ ଶର୍ମା ଗତ କିଛି ମାସ ଧରି ଖବରରେ ଅଛନ୍ତି। ପ୍ରଥମେ କିଛି ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର କାନାଡାରେ ତାଙ୍କ ନୂତନ ରେଷ୍ଟୁରାଣ୍ଟରେ ଗୁଳି ଚଳାଇଥିଲେ। ଏବେ ତାଙ୍କୁ ଧମକ ମିଳିଛି, ଯେଉଁଥିରେ ୧ କୋଟି ଟଙ୍କା ଦାବି ମଧ୍ୟ ସାମିଲ ଅଛି। ତଥାପି, ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ଅଭିଯୁକ୍ତର ନାଁ ଦିଲୀପ ଚୌଧୁରୀ। ସେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଏବଂ ଗୋଲ୍ଡୀ ବ୍ରାର ନାଁ ନେଇ ଶର୍ମାଙ୍କୁ ଧମକ ଦେଇ ୧ କୋଟି ଟଙ୍କା ଦାବି କରିଥିଲା।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ କେବଳ କପିଲ ଶର୍ମାଙ୍କୁ ଧମକପୂର୍ଣ୍ଣ କଲ୍ କରିନଥିଲା ବରଂ ଭୟଭୀତ କରାଇବା ପାଇଁ ଭିଡିଓ ମଧ୍ୟ ପଠାଇଥିଲା। ସେପ୍ଟେମ୍ବର ୨୨-୨୩ ମଧ୍ୟରେ କପିଲ ଶର୍ମା ଅଭିଯୁକ୍ତଙ୍କଠାରୁ ୭ଟି ଧମକପୂର୍ଣ୍ଣ କଲ୍ ପାଇଥିଲେ ବୋଲି ଅଭିଯୋଗ ହୋଇଛି। ଏହା ସହିତ ତାଙ୍କୁ ଅନ୍ୟ ଏକ ନମ୍ବରରୁ ଧମକ ମିଳିଥିଲା।

Advertisment

କପିଲ ଶର୍ମାଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

କପିଲ ଶର୍ମାଙ୍କ ଅଭିଯୋଗ ପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଅଭିଯୁକ୍ତକୁ ପଶ୍ଚିମ ବନ୍ଦାଲରୁ ଗିରଫ କରିଥିଲା ଏବଂ ପରେ ପଚରାଉଚରା ପାଇଁ ମୁମ୍ବାଇକୁ ଆଣିଥିଲା। ତାକୁ ଏସ୍ପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିଲା ।  ତାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ଯେ ଅଭିଯୁକ୍ତର ଗ୍ୟାଙ୍ଗଷ୍ଟରମାନଙ୍କ ସହିତ ସିଧାସଳଖ ସମ୍ପର୍କ ଅଛି କି ନାହିଁ । ସେ କେବଳ ଭୟଭୀତ କରିବା ଏବଂ ଟଙ୍କା ଆଦାୟ କରିବା ପାଇଁ ସେମାନଙ୍କ ନାମ ବ୍ୟବହାର କରୁଥିଲା କି ନାହିଁ ?

କପିଲ ଶର୍ମାଙ୍କ ଆଗାମୀ ସିନେମା

ନେଟଫ୍ଲିକ୍ସରେ ପ୍ରସାରିତ କପିଲ ଶର୍ମାଙ୍କ ଶୋ "ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ" ର ତୃତୀୟ ସିଜିନ୍ ଶେଷ ହୋଇଛି। ଅକ୍ଷୟ କୁମାର ଶେଷ ଏପିସୋଡ୍ରେ ଅଂଶଗ୍ରହଣ କରି ଦର୍ଶକଙ୍କୁ ହସାଇଥିଲେ। ସେ ବର୍ତ୍ତମାନ ଅନୁକଲ୍ପ ଗୋସ୍ୱାମୀଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରର ସୁଟିଂ ମଧ୍ୟ କରୁଛନ୍ତି । ଏହା ପ୍ରଥମେ ସେପ୍ଟେମ୍ବର ୨୬ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ଥିଲା, କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। 

Kapil Sharma Police
Advertisment
Related Articles
Advertisment