ଦ୍ୱାଦଶ ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ । ଏଥର ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । ଯାହା ଗତବର୍ଷଠାରୁ ପାଖାପାଖି ୪ ପ୍ରତିଶତ କମ୍ । ଏଥସହ ମାତ୍ର ୨୪ ଜଣ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।
ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସପ୍ତାହେ ପରେ ପ୍ରକାଶ ପାଇଲା ଆର୍ଟସ ରେଜଲ୍ଟ । ଏଥର କଳାରେ ପାସ୍ ହାର ରହିଛି ୭୮.୮୮ ପ୍ରତିଶତ ।
କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । www.chseresults.nic.inରେ ଜାଣି ହେବ ରେଜଲ୍ଟ ।
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ମେ’ ୩୧ ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।
କାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ