ଆସନ୍ତାକାଲି ପ୍ରକାଶ ପାଇବ +୨ ରେଜଲ୍ଟ । ଆସନ୍ତାକାଲି ଅପରାହ୍ନ ୪ଟାରେ ଏକସଙ୍ଗେ +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ବାହାରିବ । ଏସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ତେବେ ଏହାର ସପ୍ତାହକ ପରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ ।ମହାମାରୀ ଲଗାତର ଦୁଇ ବର୍ଷ ଧରି ଅଫଲାଇନ୍ ପରୀକ୍ଷା ବନ୍ଦ ପରେ ଏଥର ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାତ୍ରୀଛାତ୍ରୀ । ଏବର୍ଷ ପରୀକ୍ଷା ଦେଇଥିବା ପ୍ରାୟ ୩ ଲକ୍ଷରୁ ଅଧିକ ପିଲା ଯୁକ୍ତ ଦୁଇ ପରୀକ୍ଷା ଫଳକୁ ଅପେକ୍ଷା କରିଛନ୍ତି ।
କେମିତି ଚେକ୍ କରିବେ ରେଜଲ୍ଟ...
- ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବ୍ସାଇଟ୍ orissaresults.nic.in, chseodisha.nic.inକୁ ଯାଇ ରେଜଲ୍ଟ ଚେକ୍ କରିପାରିବେ
- ଏହାପରେ CHSE ଦ୍ୱାଦଶ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ୍ ଉପରେ କ୍ଲିକ୍ କରିବେ
- ଲିଙ୍କ୍ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍ ନମ୍ବର ଦେବେ
- ଏହାପରେ ରେଜଲ୍ଟ ଡାଉନ୍ଲୋଡ୍ କରି ଏହାର ପ୍ରିଣ୍ଟ ଆଉଟ୍ ବାହାରି କରିପାରିବେ
ସୂଚନାଯୋଗ୍ୟ ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିଲା ଯୁକ୍ତ ୨ ପରୀକ୍ଷା । ତା’ପରେ ଜୁନ୍ ୨ ତାରିଖ ଠାରୁ ମୂଲ୍ୟାୟନ ଆରମ୍ଭ ହୋଇଥିଲା । ୬୪ ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ଯୋଗେ ଓ ୩୭ ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହୋଇଥିଲା । ୨ ଟି ପର୍ଯ୍ୟାୟରେ ଖାତା ଦେଖା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଯାଏ ଖାତା ଦେଖା ହୋଇଥିଲା ।