Advertisment

ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ +2 ରେଜଲ୍ଟ

ଦ୍ୱାଦଶ ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha 12th Result 2024 Date

Plus 2 Results

ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ। www.orissaresults.nic.in ରେ ପ୍ରକାଶ ପାଇବ ରେଜଲ୍ଟ। ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ୧୬ ଫେବ୍ରୁଆରୀରୁ ଆରମ୍ଭ ହୋଇ ୨୦ ମାର୍ଚ୍ଚ ଯାଏଁ ଚାଲିଥିଲା।

Advertisment

ନିକଟରେ ପ୍ରକାଶ ପାଇଥିଲା CBSE ଦ୍ୱାଦଶ ପରୀକ୍ଷା ଫଳ। ଚଳିତବର୍ଷ ସିବିଏସ୍‌ଇ ଦ୍ୱାଦଶରେ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି। ତେବେ ଚଳିତ ଥର ମଧ୍ୟ CBSE ଦ୍ୱାଦଶରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ବାଜି ମାରିଛନ୍ତି। ଚଳିତ ଥର ଛାତ୍ରୀଙ୍କ ପାସ୍‌ହାର ୯୧.୫୨ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍‌ହାର ୮୫.୧୨ ରହିଛି।

ଚଳିତ ଥର ଦ୍ୱାଦଶରେ ୨୪ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ୧ ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। CBSE ରେଜଲ୍ଟର କିଛିଦିନ ପୂର୍ବରୁ ପ୍ରକାଶ ପାଇଥିଲା ICSE ଦ୍ୱାଦଶ ଓ ଦଶମ ରେଜଲ୍ଟ । ଓଡ଼ିଶାର ICSE ଦଶମରେ ପାସ୍ ହାର ରହିଛି ୯୯.୦୮ ପ୍ରତିଶତ। ୮ ହଜାର ୭୩୯ ପିଲା ପରୀକ୍ଷା ଦେଇଥିବା ବେଳେ ୯୦ ଜଣ ଫେଲ୍ ହୋଇଛନ୍ତି। ISCE ଦଶମରେ ବାଜି ମାରିଛନ୍ତି ଝିଅ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। 

Advertisment

ସେହିପରି ICSE ଦ୍ୱାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ। ୧ ହଜାର ୭୨୬ ଜଣ ପରୀକ୍ଷା ଦେଇଥିବା ବେଳେ ଫେଲ ହୋଇଛନ୍ତି ମାତ୍ର ୧୯ ଜଣ। ଏଥିରେ ମଧ୍ୟ ଝିଅଙ୍କ ପାସ୍ ହାର ୯୮.୯୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୮.୮୫।

CHSE Plus 2 Results
Advertisment
Advertisment