Advertisment

କାଲିଠୁ ପୁଣି ଖୋଲିବ ସ୍କୁଲ୍

ଆସନ୍ତାକାଲିଠୁ ପୁଣି ସ୍ୱାଭାବିକ ହେବ ସ୍କୁଲ୍‌ ପାଠପଢ଼ା। ୧୭ରୁ ସ୍କୁଲ୍‌ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Schools To Reopen From Tommorrow

Odisha schools to reopen from April 17

ଆସନ୍ତାକାଲିଠୁ ପୁଣି ସ୍ୱାଭାବିକ ହେବ ସ୍କୁଲ୍‌ ପାଠପଢ଼ା। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ସରକାର ଯେଉଁ ଛୁଟି ଘୋଷଣା କରିଥିଲେ ତା’ର ଅବଧି ଶେଷ ହୋଇଛି। ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା ହୋଇଥିଲା। ୧୭ରୁ ସ୍କୁଲ୍‌ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସ୍କୁଲ୍‌ ଖୋଲିବା ପରେ ପୂର୍ବଭଳି କ୍ଲାସ୍ ସକାଳ ୬ଟା ୩୦ରୁ ଦିନ ୧୧ଟା ଯାଏ ଚାଲିବ। ତେବେ ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲ୍‌ ଗୁଡ଼ିକର ସମୟ ନିର୍ଘଣ୍ଟକୁ ବଦଳାଇ ପାରିବେ। ସେହିପରି ସ୍କୁଲ୍‌ ଗୁଡ଼ିକରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି। ତେଣୁ ଆହୁରି ତାତି ବଢ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସ୍କୁଲ୍‌ ଛୁଟି ଘୋଷଣା କରାଯାଇଥିଲା। ସମସ୍ତ ସ୍କୁଲ୍‌ର ପ୍ରଥମରୁ ଦଶମ ଏବଂ ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କ ପାଇଁ ଛୁଟି ଘୋଷଣା ହୋଇଥିଲା। 

Advertisment
School Reopen Odisha School Reopening
Advertisment
Advertisment