/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700721523.jpg)
Picnic Spot
ରାଜ୍ୟର ଶହେ ପିକନିକ ସ୍ପଟକୁ ପ୍ଲାଷ୍ଟିକମୁକ୍ତ କରାଯିବ । ବିଭିନ୍ନ ଜିଲ୍ଲାରେ ଥିବା ଏହି ଶହେଟି ପିକନିକ ସ୍ପଟରେ ଯେମିତି କେହି ପ୍ଲାଷ୍ଟିକ ବ୍ୟବହାର ନ କରନ୍ତି, ସେଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଆଗକୁ ପିକନିକ ଋତୁ ଆସୁଛି । ୟୁଥ ଫର୍ ୱାଟର ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗରେ ଏହି କ୍ୟାମ୍ପେନ ହାତକୁ ନିଆଯାଇଛି ।
Advertisment
୨୮ ଜିଲ୍ଲାର ଶହେଟି ପିକନିକ ସ୍ପଟକୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏନଜିଓ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଲୋକଙ୍କୁ ସଚେତନ କରାଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)