• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାଜ୍ୟ ସରକାର OBC ସଂରକ୍ଷଣ ବିରୋଧୀ

  • ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • ଓଡ଼ିଶା ସରକାର ଆଇନଗତ ଦିଗରେ ଯିବା ଭଳି ମନେ ହେଉନି: ଧର୍ମେନ୍ଦ୍ର

 ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ । ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି ସେଥିରୁ ଏହା ଅନୁମୟ କିଛି ଏଭଳି  କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସିଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଆବେଦନ ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିଛି । ହେଲେ ରାଜ୍ୟ ସରକାର ଏଥିପ୍ରତି ଚିନ୍ତା ନକରିବା ଦୁଃଖଦାୟକ ।

 ଖାଲି ସେତିକି ନୁହେଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଆଇନଗତ ଦିଗରେ ଯିବା ଭଳି ମନେ ହେଉନଥିବା କହିଛନ୍ତି ଧର୍ମେନ୍ଦ୍ର । ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ରିଭ୍ୟୁ ପିଟିସନ୍ କରିବାକୁ ଯାଉଥିବା ବେଳେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟରେ କାହିଁକି ‌ଆବେଦନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ତେବେ OBC ସଂରକ୍ଷଣକୁ ନେଇ  ରାଜନୀତି ତେଜିବାରେ ଲାଗିଥିବା ବେଳେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ପାଖାପାଖି ୨ ବର୍ଷ ହୋଇସାରିଥିଲେ ବି ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ ସର୍ଭେ ହୋଇପାରି ନାହିଁ । ଯଦି ସର୍ଭେ ସରିଥାନ୍ତା ତେବେ ଏଭଳି ସ୍ଥିତି ଉପୁଜିନଥାନ୍ତା ଓ ପଛୁଆ ବର୍ଗ ସଂରକ୍ଷଣରୁ ବଂଚିତ ହୋଇନଥାନ୍ତେ ବୋଲି ବିରୋଧୀ କହିଛନ୍ତି ।

ଜାନୁୟାରୀ ୭ ତାରିଖରେ ରାଜ୍ୟ ସରକାର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରି ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିବେ । ତେବେ ଅନୁସୂଚିତ ଜାତି, ଜନଜାତି, ସଧାରଣ ବର୍ଗ ଓ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରହିବ । ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷଣ ରହୁନଥିବାରୁ ଅସନ୍ତୋଷ ବଢିବାର ଆଶଙ୍କା ରହିଛି ।