ଆଗାମୀ ସମୟରେ ମୃତ୍ୟସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମିଆଁମାରରେ ଅନେକ ବଡ଼ ଭୂକମ୍ପ ହୋଇଛି। ମିଆଁମାରରେ ହେଉଛି ବିଶ୍ବରେ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଗୃହଯୁଦ୍ଧ, ଉତ୍କଟ ଖାଦ୍ୟ ସଙ୍କଟ ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ମିଆଁମାରରେ ଦୁଃଖ ବଢ଼ାଇ ଦେଇଛି ଏହି ଭୂମିକମ୍ପ ।
ଏପରି ଭୟଙ୍କର ସ୍ଥିତିରେ କୂଟନୀତି ବିଶେଷଜ୍ଞ ତଥା ସ୍ତମ୍ଭକାର ବ୍ରହ୍ମା ଚେଲାନୀ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏକ୍ସରେ ସେ କହିଛନ୍ତି, ମିଆଁମାରର ହିମାଳୟ ଭୂକମ୍ପ ବେଲ୍ଟ ନିକଟରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ଅଞ୍ଚଳର ଭୌଗୋଳିକ ଅସ୍ଥିରତାକୁ ବୃଦ୍ଧି କରିପାରେ । ଚେଲାନୀ ଏପରି ଆଶଙ୍କା ପ୍ରକାଶ କରିବା ପରେ ପ୍ରଶ୍ନ ଉଠିଛି, ପ୍ରକୃତରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ନୁହେଁ ତ ?
ମଣିପୁର ହିଂସାକାଣ୍ଡ ଉପରେ ରୋକ୍ ଲଗାଇବାକୁ ହେଲେ ସୀମାରେ ତାରବାଡ଼ ନିର୍ମାଣ ହେବା ଦରକାର । କେନ୍ଦ୍ର ସରକାର ଏହା ଅନୁଭବ କରିଛନ୍ତି । ତେଣୁ ମିଆଁମାର ସୀମାରେ ୧୬୪୩ କିଲୋମିଟରର ତାରବାଡ଼ ୩୧୦୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ।