ଗରିବ ଲୋକଙ୍କ ରହିବା ପାଇଁ ସରକାର ଘର ଦେଲେ, ହେଲେ ଘର ଟଙ୍କାକୁ ଆତ୍ମସାତ୍ କଲେ ଠିକାଦାର। ଜନଜାତିଙ୍କ ସରଳତାର ସୁଯୋଗ ନେଇ ଘର କରିଦେବା ବାହାନାରେ ଚଳୁ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଫଳରେ ଘର ମିଳିବାର ୫ ବର୍ଷ ପରେ ବି ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ବାସିନ୍ଦା ।
ପେଶା ଶିକ୍ଷକତା କିନ୍ତୁ ନିଶା ପୁରୁଣା ନୋଟ୍ ସଂଗ୍ରହ କରିବା। ଜାପାନଠୁ ଜର୍ମାନୀ...ଚାଇନାଠୁ ଋଷିଆ...ପ୍ରାୟ ୫୦ ଦେଶର ନୋଟ୍ ରଖିଛନ୍ତି ଉଦଳାର ସନ୍ତୋଷ ସାହୁ। ବିଦେଶ ଯିବା ପୂର୍ବରୁ ବନ୍ଧୁବାନ୍ଧବ ଓ ପ୍ରିୟଜନ ସନ୍ତୋଙ୍କଠାରୁ ଭାରତର ଟଙ୍କା ଦେଇ ବଦଳାଇ ନେଉଛନ୍ତି ବିଦେଶୀ ଟଙ୍କା
କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିଲା କୋଟି କୋଟି ଟଙ୍କା। ଉନ୍ନତିତ କଲେନି ବରଂ ଠାକୁରାଣୀଙ୍କୁ ଠକିଦେଇ ଟଙ୍କା ଖାଇଦେଲେ...ଦେଖନ୍ତୁ କେମିତି ସବୁ ହୋଇଛି ଦୁର୍ନୀତି
ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ I ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଅଭିଯୋଗ ଘଟଣାର କରିବେ ପ୍ରତିବାଦ। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି ।
ବିଳମ୍ବିତ ରାତିରେ କୂଅ ଭିତରେ ଏକ ହାତୀ ଶାବକଟି ଖସି ପଡ଼ିଥିବା ବେଳେ କୂଆ ଚାରିପଟେ ହାତୀପଲ ଠିଆ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି
ମୟୂରଭଂଜ କପ୍ତିପଦା କସ୍ତୁରବା ବାଳିକା ବିଦ୍ୟାଳୟର ୪୦ ଛାତ୍ରୀ ପଜିଟିଭ ବାହାରିବା ପରେ ବଢ଼ିଲା ଚିନ୍ତା... ସ୍କୁଲରେ ପହଞ୍ଚିଲା ମେଡିକାଲ ଟିମ୍, ଆକ୍ରାନ୍ତଙ୍କ ପୁଣି ଥରେ କରାଯିବ ଆର୍ଟିପିସିଆର୍ ଟେଷ୍ଟ
କଥା ଦେଇ ଠକିଦେଲେ କି ସରକାର ? ୨ ବର୍ଷ ତଳେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗାଁରୁ ଆଣି ଠାକୁରମୁଣ୍ଡା ବ୍ଲକରେ ଥଇଥାନ କରିଥିଲା ବନ ବିଭାଗ । ଭିଟା ମାଟି ଛାଡିଦେଲେ ଲୋକେ ହେଲେ ଏବେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେବା ସହ ଜୀବନ ଜୀବିକା ଚିନ୍ତାରେ ଦୁର୍ଦ୍ଦିନରେ ବିତୁଛି ଜୀବନ ,ତେବେ ବନ ବିଭାଗ ପକ୍ଷରୁ ମିଳିଛି ଶୀଘ୍ର ସମାଧାନର ଭରସା ...
ବାତ୍ୟା ଆସୁଛି, ତରତର ହୋଇ ଧାନ କାଟିନେଉଛନ୍ତି ଚାଷୀ...ଦେଖନ୍ତୁ ଏହି ଭିଡ଼ିଓ…
ଚେଇଁ ଶୋଇଛି ପ୍ରଶାସନ। କେନାଲର ନାମ ନିଶାନ ନାହିଁ କି ରାସ୍ତାରେ ଠିକ୍ରେ ସିମେଣ୍ଟ ବି ଦିଆଯାଇନାହିଁ। କିନ୍ତୁ ସରକାରୀ ଭାବରେ ଲକ୍ଷାଧିକ ଟଙ୍କାର ହୋଇଛି ବିଲ୍....ଠିକାଦାରଙ୍କ ସହ ମଧୂଚନ୍ଦ୍ରିକା ପାଇଁ ହରିଲୁଟ୍ ହେଉଛି ରାଜସ୍ୱ…ଦେଖନ୍ତୁ ଏହି ଦୃଶ୍ୟ
ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ରୀଙ୍କୁ କରୋନା। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ବାଳିକା ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ହୋ ଏକ ଆଦିବାସୀ ସମ୍ପ୍ରଦାୟର ପୁରାତନ ଭାଷା ଯାହାକୁ ହୋ, କୋଲହ ଓ ମୁଣ୍ଡା ଆଦିମ ଜନଜାତିମାନେ ବ୍ୟବହାର କରନ୍ତି
ବଦଳୁଥିବା ସମୟ ଭିତରେ ନିଜ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି ଯୁବ ଶିକ୍ଷକମାନେ.. ହୋ ଭାଷାରେ ଆମ ରାଜ୍ୟରେ ଶିକ୍ଷାଦାନ ବ୍ୟବସ୍ଥା ନାହିଁ..ଏଣୁ ମୟୂରଭଞ୍ଜ ବିଜାତଳାର ରାମଚନ୍ଦ୍ରପୁରରେ ସପ୍ତାହକୁ ଦିନେ ହୋ ଭାଷାର ଶିକ୍ଷାଦାନ କରାଯାଉଛି।
ବାରିପଦା ବନଖଣ୍ଡ ଅଧୀନ ନୂଆଗାଁ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ କୂଅ ଭିତରେ ଏହି ଅହିରାଜ ଉଦ୍ଧାର ହୋଇଛି..
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ୟୂରଭଞ୍ଜ ଜିଲ୍ଲାରେ ଜଣେ ବୟସ୍କା ମହିଳାଙ୍କୁ ଲିଫ୍ଟ ଦେଇ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। ପୀଡ଼ିତା ଜଣକ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି..
ପିଇବା ପାଣି ପାଇଁ ରାସ୍ତାକୁ ଆସିଲେ ଲୋକେ..ହାଣ୍ଡି, ଗରା ରଖି ପ୍ରତିବାଦ କଲେ, ରାସ୍ତା ଅବରୋଧ କରି ସରକାରଙ୍କ ନିକଟରେ ଦାବି ବି ରଖିଲେ
ନଦୀ ସାଜିଛି ଦୁଃଖ । ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ। ମୟୂରଭଞ୍ଜ ଉଦଳା ଶିମିଳିପାଳ ପାଦଦେଶରେ ଥିବା ଏ ହେଉଛି ବାଲମା ଗାଁ। ଦେଖନ୍ତୁ ଏଠି ଗାଁ ଲୋକେ କେତେ ହନ୍ତସନ୍ତ
ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ନେଇ ଲାଞ୍ଚ ମାଗିଥିଲେ ଡାକ୍ତର ଦେବଦତ୍ତ ପାତ୍ର । ଡାକ୍ତର ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।
କମ ପରିଶ୍ରମରେ ଲାଭଦାୟକ ଲାଖ ଚାଷ । ସ୍ୱାବଲମ୍ୱୀ କରିବାକୁ ଚାଷୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଚାଷ ଓ ଲାଖର ବ୍ୟବହାର ନେଇ ଟ୍ରେନିଂ ।
ଲାଖ ଚାଷ କରି ଲାଭଦାୟକ ଚାଷୀ। କମ୍ ପରିଶ୍ରମରେ ଅଧିକ ଲାଭଦାୟକ ଚାଷ ମାନଙ୍କ ମଧ୍ୟରୁ ଅନ୍ୟ ତମ ହେଉଛି ଏହି ଲାଖ ଚାଷ । ମୟୂରଭଞ୍ଜ କରଞ୍ଜିଆରେ ଲାଖ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା ବା ମନରେଗାରେ କାମ କରି ମାସ ମାସ ଧରି ମଜୁରୀ ପାଇନାହାନ୍ତି ଶ୍ରମିକ।
ବସ୍ ଡ୍ରାଇଭରଙ୍କ ମାନବିକତା । ସାଧାରଣତଃ ବସ୍ ଦୁର୍ଘଟଣା ହେବା ମାତ୍ରେ, ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥାଏ । କାରଣ ତା ମନରେ ଭୟ ଥାଏ, ଦୁର୍ଘଟଣା ଯୋଗୁଁ ବସ୍ ଯାତ୍ରୀ ହୁଅନ୍ତୁ କିମ୍ବା ସ୍ଥାନୀୟ ଲୋକ, ପ୍ରଥମେ ଚାଳକକୁ ହିଁ ଦୋଷ ଦେଇଥାନ୍ତି ।
ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।
କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା
ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ