Advertisment

ଅଳିଆ ଗଦାରେ ଔଷଧ

ଅଳିଆ ଗଦାରେ କୁଢ଼କୁଢ଼ ଔଷଧ। ଉଦଳା ମେଡିକାଲ ପରିସରରେ ଏତେ ଔଷଧ ଦେଖି ସମସ୍ତେ ତାଜୁବ । କିଏ ପକାଇଲା, କେଉଁଠୁ ଆସିଲା ତାକୁ ନେଇ ପ୍ରଶ୍ନ ?

author-image
Satyabrata Ray
ଖତ ଖାଉଛି ଔଷଧ

ଖତ ଖାଉଛି ଔଷଧ

 ଅଳିଆ ଗଦାରେ ପଡିଛି କୁଢ଼କୁଢ଼ ଔଷଧମୟୂରଭଞ୍ଜ ଉଦଳା ମେଡିକାଲ ପରିସରରେ ଥିବା ଏକ ଅଳିଆ ଗଦାରେ ମିଳିଛି ପୁଳା ପୁଳା ଔଷଧଆଜିଥ୍ରୋମାଇସିନ, ଆଇରନ ଭଳି ବିଭିନ୍ନ ଔଷଧ ସହ ପକେଟ ଭର୍ତ୍ତି ଲୋସନ ମଧ୍ୟ ଅଳିଆ ଗଦାରେ ପଡିଛି

Advertisment

ପକେଟ ପକେଟ ଔଷଧ ଅଳିଆ ଗଦାରେ ପଡ଼ିଥିବା ବେଳେ ତାଉପରେ କାହାରି ନଜର ନାହିଁ କିଏ ଏବଂ କ'ଣ ପାଇଁ ଔଷଧ ଡାକ୍ତରଖାନା ପରିସରରେ ପକାଇଲା ତାକୁ ନେଇ ବଢୁଛି ସନ୍ଦେହଏନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହି ନଥିଲେ

ମେଡ଼ିସିନ ଷ୍ଟୋର ଇନଚାର୍ଜଙ୍କୁ ଘଟଣା ବାବଦରେ ପଚାରିବାରୁ କିଏ ଏବଂ କ'ଣ ପାଇଁ ଫୋପାଡ଼ିଛି ସେ କହିପାରିବେନି ବୋଲି କହିଛନ୍ତି କେଉଁ ୱାର୍ଡରୁ ଏତେ ଔଷଧ ଅଳିଆ ଗଦାକୁ ଯାଇଛି ତାହା ସେ ଜାଣି ନଥିବା କହିଛନ୍ତି

Advertisment

ରିପୋର୍ଟର- ଅଭିଜିତ ବିଶ୍ବାଳ 

Odisha News Medicines Mayurbhanj
Advertisment
Advertisment