ଏ ବି ଜଣେ ମା’ । ଅନ୍ତଚିରି ଜନ୍ମ ଦେଇଛି ତା’ ଦୁଇ ପିଲାଙ୍କୁ । ସ୍ୱାମୀ କୁଆଡେ ଚାଲିଯିବା ପରେ ଅଭାବ ଭିତରେ ପେଟକୁ କାଟି ପିଲାଙ୍କ ମୁହଁରେ ଫୁଟାଉଛି ହସ । ଆଉ ଯୋଗାଡ଼ କରୁଛି ଦୁଇ ଓଳି ଦୁଇମୁଠା ଦାନା । ଜୀବନର ଦୁଃଖ କଳା ବାଦଲ ଭିତରେ କେବେ ବି ହାରିନାହାନ୍ତି ସୁମିତ୍ରା ।
ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।
ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ ଶୁଲିଆପଦା ବ୍ଲକର କୁଜୁଡ଼ିହି ଠାରେ ଅଙ୍ଗନୱାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କ ଦୁଃଖ ସୁଖ ପଚାରି ବୁଝିଛନ୍ତି । ଏହା ପରେ ରାଜ୍ୟପାଳ କୁଡୁଡ଼ିହି ଗ୍ରାମର ବିଭିନ୍ନ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଗୃହକୁ ଯାଇ ଗୃହ କାର୍ଯ୍ୟ କିଭଳି ହୋଇଛି ଏବଂ ସମସ୍ୟା କଣ ରହିଛି ସେ ନେଇ ଆଲୋଚନା ବି କରିଛନ୍ତି…
ସରକାର ଆମକୁ ବ୍ଲକ ଦିଅ, ବ୍ଲକ ଦିଅ... ଏ ଆର୍ତ୍ତ ଚିତ୍କାର ଆଜିର ନୁହେଁ ଏହା ଦୀର୍ଘ ବର୍ଷର ଦାବୀ, ଆଦିବାସୀଙ୍କ ପାଇଁ ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଥିବା ସରକାର ସେମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା କହିଛନ୍ତି ମୟୁରଭଞ୍ଜ ଶରତ ବାସିନ୍ଦା
ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ?
‘GRS ମ୍ୟାଡାମ୍ କରିଛନ୍ତି ହେରାଫେରି.. ନିଜ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଛାଡ଼ିଛନ୍ତି.. ଦଲାଲ୍ ମାଧ୍ୟମରେ ଚାଲିଛି କେଳେଙ୍କାରୀ..’
ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି..
ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୁଲେଇପାଟ ଡ୍ୟାମ । ରାସ୍ତାର ଉଭୟ ପଟରେ ସବୁଜ ବନାନୀ । ଡ୍ୟାମର ନୀଳ ଜଳ ରାଶି ସହ ପାହାଡ଼ର ଶୋଭା ସମସ୍ତଙ୍କୁ ଆକର୍ଷିତ କରେ । ଆଉ ଏହି ଶୋଭାରାଜିକୁ ଉପଭୋଗ କରିବାକୁ ଏବେ ଲାଗିଛି ଭିଡ଼ ।
ନାଁକୁ ଷ୍ଟାଡ଼ିୟମ....ନା ଅଛି ଖେଳିବାକୁ ସୁବିଧା....ନା କ୍ରୀଡ଼ା ଉପକରଣ । ଚାରିଆଡ଼େ ଅନାବନା ଘାସ, କୋଉଠି ପାଚେରି ଫାଟି ଆଁ କଲାଣି ତ କୋଉଠି ପଡ଼ି ରହିଛି ମଦ ବୋତଲ । ମିନି ଷ୍ଟାଡିୟମ କହିଲେ କେବଳ ପାଚେରିରେ ହିଁ ରହିଛି ସୀମିତ ।
ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ।
ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ।
ଏଥିସହ ଅଭୟାରଣ୍ୟରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅନଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ। ସେହପରି ଅଭୟାରଣ୍ୟ ମଧ୍ୟକୁ ପ୍ଲାଷ୍ଟିକ୍, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବାରେ କଟକଣା ଜାରି କରାଯାଇଛି ।
ଏମିତି ନୁହେଁ ଯେ ସରକାର ଏମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିନାହାନ୍ତି.. ହେଲେ ସରକାରୀ ବ୍ୟବସ୍ଥାରେ ପାଣି କେମିତି ମିଳୁଛି ଆପଣ ନିଜେ ଦେଖନ୍ତୁ.. ଟ୍ୟାପରୁ ଟୋପା ଟୋପା ହୋଇ ପଡ଼ୁଛି ପାଣି.. ସେଇ ପାଣିକୁ ସଂଗ୍ରହ କରିବାକୁ ଅପେକ୍ଷା କରିଛନ୍ତି ଶହ ଶହ ହାଣ୍ଡି ଗରା.. ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ତାରଣା ଗାଁରେ ବିକାଶର ଚିତ୍ର..
ବାପା ଆଗରେ ଚାଲିଗଲା ପିଲା । ପୋଷ୍ଟମର୍ଟମ ପାଇଁ ମେଡିକାଲ ପହଞ୍ଚିବା ପରେ...ଶବ କାଟିବାକୁ ୮ ଶହ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ । ସିଧାସିଧା କହିଲେ ଟଙ୍କା ଦେବା ପରେ ଆମେ ମାଲ୍ ମାରିବୁ, ପରେ କାଟିବୁ । ଏବେ ଭାଇରାଲ ହେଲା ଭିଡିଓ
ଏମିତି ପ୍ରେମିକ ଆପଣ ଜୀବନରେ ଦେଖିନଥିବେ। ପ୍ରେମିକା ସହ ଆରମ୍ଭ ହୋଇଥିବା ତା ପ୍ରେମ, ଶେଷରେ ଗୁଳିକାଣ୍ଡରେ ଶେଷ ହୋଇଛି… ପ୍ରେମ କଲା ଜଣକୁ, ବାହା ହେଲା ଆଉ ଜଣକୁ। ଆଉ ବାହା ହେଲାପରେ ପୁଣି ପ୍ରେମ କରୁଥିବା ଝିଅ ସହ ସଂପର୍କ ରଖିବାକୁ ଚାହିଁଲାରୁ ଏତେ କାଣ୍ଡ ହେଲା।
ପ୍ରକୃତି କୋଳରେ ମାଛକାନ୍ଦଣା । ଶୀତ ଦିନ ବିଶେଷ କରି ନୂଆ ବର୍ଷ ଆସିଲେ ଏଇ ପର୍ଯ୍ୟଟନ ସ୍ଥଳୀ ବୁଲିବା ଓ ବଣ ଭୋଜି କରିବାର ମଜା ନେବାକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ l ଏ ବର୍ଷ କୋଭିଡ କଟକଣା ନଥିବାରୁ ମାଛକାନ୍ଦଣାରେ ପ୍ରବଳ ଭିଡ ।
ନୂଆ ବର୍ଷ ଆସିଲେ ମନେପଡେ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ l ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ କରିଥାଏ ଆନମନା l ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥାପିତ କରିଛନ୍ତି ମା ଅମ୍ବିକା। ପ୍ରକୃତିର ସବୁଜିମା ଭିତରେ ବହିଯାଉଥିବା ଝରଣାକୁ ଉପଭୋଗ କରି ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି ପର୍ଯ୍ୟଟକ l
ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍
ଗୋ-ସେବକଙ୍କ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼ । ଏଥିରେ ୨ ଜଣ ଆହତ ହୋଇଛନ୍ତି ।
ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି ।
ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା...
ପ୍ରଥମ ଶ୍ରେଣୀ ଛାତ୍ରୀ ତରକାରୀ କଡ଼େଇରେ ପଡି ଗୁରୁତର । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।
ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ବନ ବିଭାଗର ଚଢ଼ାଉ । ରେଡ୍ରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ମୟୂରଭଂଜ ଯଶୀପୁର ବଡଶିଆଳିନଇଁ ଗାଁ ଜଙ୍ଗଲରୁ ଦରପୋଡା ମୃତଦେହ ମିଳିବା ଘଟଣାରୁ ହଟିଛି ପରଦା । ଉଦ୍ଧାର ହୋଇଥିବା ଦରପୋଡା ମୃତଦେହଟି କେନ୍ଦୁଝର ଟାଉନଥାନା ରାଙ୍କି ଗାଁର ସତ୍ୟବ୍ରତ ସ୍ୱାଇଁଙ୍କ ପୁଅ ଆଦିତ୍ୟ ସ୍ୱାଇଁଙ୍କର ବୋଲି ଜଣାପଡିଛି ।