ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଲି ଆଖି ଦେଖାଇ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ।
ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ଆଗକୁ ବଡ଼ ଖୁଲାସା କରିବେ ମନମୋହନ ! ଖୋଲାକଥାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଇସାରା । କହିଲେ ଏବେ କହିବିନି ଠିକ୍ ସମୟରେ କହିବି..
ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍ ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ତାଲିକା ଜାରି କରିଛନ୍ତି । ଜାରି ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବାବେଳେ ୫ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି ।
ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଆଗକୁ ଏହା ବିସ୍ପୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
୨ ହଜାର ମସିହାରେ କଂଗ୍ରେସକୁ କ୍ଷମତାରୁ ହଟାଇଥିଲୁ, ଏବେ ବିଜେଡିକୁ ହଟାଇବାକୁ ଶପଥ ନେଇଛୁ। ବିଜେପି ରାଜ୍ୟ ମୁଖ୍ୟାଳୟରେ ଆଜି ସମ୍ବର୍ଦ୍ଧନା ଅବସରରେ ଏଭଳି ରଣହୁଙ୍କାର ଦେଇଛନ୍ତି ନୂଆ ସଭାପତି ମନମୋହନ ସାମଲ।
ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା ।
ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ଗୁରୁଦାୟିତ୍ୱ । ହାତରେ ସମୟ କମ୍, ଚ୍ୟାଲେଞ୍ଜ କିନ୍ତୁ ଢେର୍ ଅଧିକ । ଗୋଟିଏ ପଟେ ସଂଗଠନକୁ ସୁଦୃଢ଼ କରିବାର ଆହ୍ୱାନ, ଅନ୍ୟପଟେ ରାଜ୍ୟରେ ୫-୫ ଥର ଜିତିଥିବା ବିଜେଡିକୁ ଶାସନ ଗାଦିରୁ ହଟାଇବାର ଚ୍ୟାଲେଞ୍ଜ୍ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ମାସ ତଳେ ଧାମନଗର ଉପନିର୍ବାଚନରେ ମନମୋହନଙ୍କ ଷ୍ଟ୍ରାଟେଜିରେ ମାତ୍ ଖାଇଥିଲା ବିଜେଡି ।
ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇ ଥିଲେ । ରାଜ୍ୟରେ ମେଣ୍ଟ ସରକାର ବେଳେ ମନ୍ତ୍ରୀ ଥିଲେ ମନମୋହନ ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ…