/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753511897.jpg)
Manmohan Samal
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ। ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଆଲୋଚନା ହୋଇନି କହିଲେ ମନମୋହନ ସାମଲ। ଆଜି ଦିଲ୍ଲୀରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ। ସେ କହିଛନ୍ତି, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଏଯାଏଁ କୌଣସି ଆଲୋଚନା ହୋଇନି। ଠିକ୍ ସମୟରେ ନିଗମ ପଦବୀ ପୂରଣ କରାଯିବ।
ଦିଲ୍ଲୀରେ ଦଳର ସାଂଗଠନିକ ନିର୍ବାଚନ ନେଇ ଆଲୋଚନା କରାଯାଇଛି। ଆଗକୁ ବିଜେପିର ନୂଆ ଟିମ୍ ଗଠନ କରାଯିବ। ଅନ୍ୟପଟେ କଂଗ୍ରେସର ଅନାସ୍ଥା ବୟାନ ପ୍ରସଙ୍ଗରେ ମନମୋହନ କହିଛନ୍ତି, ବିରୋଧୀ ଦଳଙ୍କର ଅନାସ୍ଥା ଆଣିବାର ଅଧିକାର ରହିଛି। ଅନାସ୍ଥା ଆସିଲେ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ।
ଗତ ୪ ଦିନ ଧରି ଦିଲ୍ଲୀ ଗସ୍ତରେ ଥିଲେ ମନମୋହନ। ଦଳର ସଭାପତି ଭାବରେ ପୁନଃନିର୍ବାଚିତ ହେବା ପରେ ମନମୋହନଙ୍କର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ ମନମୋହନ। ଦିଲ୍ଲୀରେ ଦଳୀୟ ସଂଗଠନ ଏବଂ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ସମେତ ବିଭିନ୍ନ ପ୍ରସଙ୍ଗରେ ମନମୋହନ ବିଜେପି ହାଇକମାଣ୍ଡଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।