ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ରାସ୍ତା ଫିଟିସାରିଛି ।
ବିଜେପିର ଶୀର୍ଷ ସ୍ତରର ନେତା ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ବାରମ୍ବାର ଉଖାରି ଚାଲିଥିବାରୁ ଦଳ ଯୋଜନାବଦ୍ଧ ଭାବେ ବିଜେଡି ବିରୋଧରେ ଏହାକୁ ମୁଖ୍ୟ ଅସ୍ତ୍ର କରିବାକୁ ଯାଉଥିବା ସ୍ପଷ୍ଟ ହେଉଛି।
ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।
ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।
ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବ ବିଜେପି। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ।
ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ କହିଛନ୍ତି ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି।
ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି।
ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ତେଣୁ ରାଜ୍ୟରେ ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି ବୋଲି କହିଛନ୍ତି ମନମୋହନ।
ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଦିବସ ପୂର୍ବରୁ ସ୍ୱଚ୍ଛତା ଅଭିଯାନ ।
ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ନିଷ୍ପତ୍ତି ଅନୁଯାୟୀ, ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା ବୋଲି ମନମୋହନ ଅଭିଯୋଗ କରିଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ମନମୋହନ । ଏଥିସହ ଜବତ ୩୫୦ କୋଟି ଟଙ୍କା କାହାର ବୋଲି ସେ ପ୍ରଶ୍ନ କରିଛନ୍ତି ।
୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ।
କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି,
ଓଡ଼ିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମାତ୍ର ନବୀନ ବାବୁ ଚୁପ୍ କାହିଁକି। କଳା ଟଙ୍କା ନେଇ କେନ୍ଦ୍ର ସରକାର ଜାଣି ପାରୁଛନ୍ତି କିନ୍ତୁ ରାଜ୍ୟ ସରକାର କେମିତି ଜାଣି ନାହାନ୍ତି।
‘୧୨ ଶହ ପଞ୍ଚାୟତ ଗସ୍ତ ସରିଲାଣି, ଆଉ ୫ ହଜାର ପଞ୍ଚାୟତ ଗସ୍ତ ହେବ....ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକର୍ତ୍ତା ପଞ୍ଚାୟତ ଗସ୍ତ କରିବେ’
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଏହି ତିନି ରାଜ୍ୟର ଫଳାଫଳର ନିଶ୍ଚିତ ପ୍ରଭାବ ପଡ଼ିବ । ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବାକୁ ରାଜ୍ୟ ବିଜେପି ଜୋରଦାର ପ୍ରୟାସ କରିବ ।
ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅମୃତ କଳସ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ।
ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସେଥିରେ ସଚିବ ବୁଲୁଛନ୍ତି । ତେଣୁ ଏହାର ତନ୍ନତନ୍ନ ତଦନ୍ତ ହେବା ଦରକାର । ଯେହେତୁ ରାଜ୍ୟ ସରକାର ଏହାର ତଦନ୍ତ କରିବେନି, ତେଣୁ କେନ୍ଦ୍ରୀୟ ତଦନ୍ତ ଆଡ଼କୁ ଇଶାରା ଦେଇ ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ।
ଏ ସରକାର କେବଳ ପ୍ରତିଶୃତି ଓ ଘୋଷଣା ସରକାର ହୋଇଯାଇଥିବା କହିଛନ୍ତି ।