ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି। ମାମଲାର ଚାର୍ଜସିଟ୍ ଦାଖଲ ହୋଇନି ହେଲେ ତ୍ୱରିତ ଶୁଣାଣି ଲାଗି ଅପିଲ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।
କେତେ ବାଟ ଗଲା ମମିତା ମେହେର ହତ୍ୟା ମାମଲାର ତଦନ୍ତ? ରାଜ୍ୟ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ । ଡିସେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । ଦିବ୍ୟଶଙ୍କରଙ୍କୁ ପକ୍ଷଭୁକ୍ତ ଲାଗି ଭାରତ ବିକାଶ ପରିଷଦର ଆବେଦନ
ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ବାପା ବି ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀଙ୍କ ସହ ଡିଆଇଜି, ବଲାଙ୍ଗିର ଏସପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପରିଷଦ ନିବେଦନ କରିଛି।
ମମିତା ମେହେର ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଆଜି ଦିବ୍ୟଶଙ୍କର ଉପରେ ପୁଣି ବର୍ଷିଲେ ଲେଖାଶ୍ରୀ
ମମିତା ହତ୍ୟା ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ।
ମମିତା ହତ୍ୟା ମାମଲାରେ ମୋର କୌଣସି ସମ୍ପର୍କ ନାହିଁ : ଦିବ୍ୟଶଙ୍କର ମିଶ୍ର…
ମମିତା ମେହେର ହତ୍ୟା ମାମଲାରେ ଆସିଥିବା ସମସ୍ତ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି।
ରାଜନେତାଙ୍କୁ ଅଣ୍ଡା ମାଡ଼, ପୋଲିସକୁ ଟମାଟୋ ମାଡ଼, ଛାତ୍ର କଂଗ୍ରେସର ନୂଆ ଷ୍ଟାଇଲ୍
ମାସେରୁ ଅଧିକ ସମୟ ଧରି ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ନା ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି, ନା ମମିତା ହତ୍ୟାର ତଦନ୍ତ ଆଗକୁ ବଢୁଛି।
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି.. ଏକ ସାଂଘାତିକ ଅଭିଯୋଗ ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ହୋଇ ସେ ବିଧାନସଭା ଆସିଲେ ପବିତ୍ର ଗୃହର ଅମର୍ଯ୍ୟାଦା ହେବ.. ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବସେଇ ଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲାଗୁ କରିବା ପାଇଁ କଂଗ୍ରେସର ଦାବି
ମମିତା ହତ୍ୟା ମାମଲାରେ ବିଜେପି ନେତା ପ୍ରକାଶ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି.. ସେ କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ବିବୃତ୍ତି ଦେବାକୁ ଯୋଗ୍ୟ ନୁହନ୍ତି ବରଂ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜି ବିବୃତ୍ତି ଦେବା ଉଚିତ୍। ଏଭଳି ଜଘନ୍ୟ ଅପରାଧର ତଦନ୍ତ ସିବିଆଇକୁ ଦେବାର ଥିଲା.. ଶୁଣନ୍ତୁ ପ୍ରକାଶ ମିଶ୍ରଙ୍କ ପୂରା ପ୍ରତିକ୍ରିୟା..
ମମିତା ହତ୍ୟା ମାମଲାରେ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହେଉଛି । ଏଭଳି କେସରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଏ । କିନ୍ତୁ ଅତି ସମ୍ବେଦନଶୀଳ ଘଟଣା ହୋଇଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇ ନାହିଁ । ମୂଳରୁ ଏ କେସ୍ର ଅନୁସନ୍ଧାନ ଭଲରେ ନହେଉ ବୋଲି ଚେଷ୍ଟା କରାଯାଉଛି , ତାହା ବର୍ତ୍ତମାନ ସ୍ପଷ୍ଟ ଜଣାପଡ଼ୁଛି ।
ମମିତା ହତ୍ୟା ମାମଲା ଆରମ୍ଭ ଦିନରୁ ବିରୋଧୀଙ୍କ ପ୍ରତିବାଦର ଅସ୍ତ୍ର ପାଲଟିଛି ଅଣ୍ଡାମାଡ଼ ଦାବି ପୂରଣ ହେଉନଥିବାରୁ କେତେବେଳେ ମନ୍ତ୍ରୀ ତ କେତେବେଳେ ଶାସକ ଦଳ ନେତାଙ୍କୁ କଳାପ଼ତାକା ପ୍ରଦର୍ଶନ ସହ ଟମାଟୋ ଓ ଅଣ୍ଡାମାଡ଼ କରୁଛନ୍ତି ଉଭୟ ବିଜେପି-କଂଗ୍ରେସ୍।
ବଡ଼ ପ୍ରଶ୍ନ ହେଲା, ଏହି ଯୌନ କେଳେଙ୍କାରୀରେ ଗୋବିନ୍ଦ ସାହୁ ସହ ଆଉ କେଉଁମାନେ ସାମିଲ ଥିଲେ? କିଏ କିଏ ନିର୍ଯାତନାର ଶିକାର ହୋଇଛନ୍ତି?
ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ DIGଙ୍କ ପ୍ରେସ ବିବୃତ୍ତିକୁ ନେଇ କାଉଣ୍ଟର କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ..
ମମିତା ମେହେର ହତ୍ୟା ମାମଲାରେ ଦିନକୁ ଦିନ ଖୋଲୁଛି ନୂଆ ନୂଆ ତଥ୍ୟ। ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ଆସିଛି ନୂଆ ଖୁଲାସା। ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରୁଥିଲା ୬ଟି ମୋବାଇଲ ଫୋନ୍ । ଏବଂ ଚାଂଚଲ୍ୟକର କଥା ହେଉଛି, ଏହି ସମସ୍ତ ମୋବାଇଲ ଫୋନରେ ବ୍ୟବହାର ହେଉଥିବା ସିମକାର୍ଡ ଗୋବିନ୍ଦ ସାହୁ ନାଁରେ ନଥିଲା।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗରେ ରାତ୍ରିଯାପନ କରୁଥିଲେ। ସେଠି ସେକ୍ସ ରାକେଟ ଚାଲିଥିଲା ବୋଲି ମମିତାଙ୍କ ବାପା ଅଭିଯୋଗ କରିଥିଲେ। ତାକୁ ନେଇ ବିଜେଡି କଣ ଉତ୍ତର ରଖିବ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ?
ଯେତେ ଖୋଳିଲେ ସେତେ ବାହାରୁଛି। ମମିତା ମେହେର ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ତଥ୍ୟ ସାମ୍ନାକୁ ଆସୁଛି
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି ?
ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଉପରେ ଉଠାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦାୟିତ୍ୱର ସହ ସଠିକ୍ ଭାବେ ମାମଲାର ତଦନ୍ତ କରାଯାଉଛି।
ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି କାର୍ଯ୍ୟକ୍ରମକୁ ପ୍ରତିବାଦ କରୁଛି ବିରୋଧି ଦଳ । ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମନ୍ତ୍ରୀ ଓ ନେତାଙ୍କ ଗାଡିକୁ ଅଣ୍ତାମାଡ କରାଯାଉଛି ।