• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଜାମିନ । ଗୋବିନ୍ଦ ସାହୁଙ୍କୁ ୨ ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି । ତାଙ୍କୁ ୨ ସପ୍ତାହ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ଗୋବିନ୍ଦ ।

ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା । ତେବେ ପରେ ଖୋଳତାଡ଼ ବେଳେ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ମମିତାଙ୍କୁ କାର୍‌ରେ ହତ୍ୟା କରି ସ୍କୁଲ ଗ୍ରାଉଣ୍ଡରେ ନିଆଁ ଲଗାଇ ପୋତି ଦେଇଥିଲା । ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା ।

ଏମିତିକି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଗଭୀର ସଂପର୍କ ଓ ମନ୍ତ୍ରୀ ବାରମ୍ବାର ଉକ୍ତ ସ୍କୁଲକୁ ଯାଉଥିବା ଅଭିଯୋଗର ତଦନ୍ତ ଦାବି କରି ଆଜି ପର୍ଯ୍ୟନ୍ତ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଥିଲେ । ବିଶେଷ କିଛି ଦିନ ଧରି ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିରୋଧୀଙ୍କ ଶାଣିତ ଅଭିମୁଖ୍ୟ ଜାରି ରହିଥିଲା ।