• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamita Murder Case

Mamita Meher
ମୃତ ମମିତାଙ୍କ ବ୍ୟାଗ୍‌ ଚିହ୍ନିଲେ ପରିବାର ଲୋକେ, ମୋବାଇଲ୍‌କୁ ନେଇ କହିଲେ ଏମିତି...

ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏହା ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।

Odisha BJP president Samir Mohanty
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବିଜେପି

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ।

BJP Mahila Morcha Protest
ଭୁବନେଶ୍ୱରରେ ବିଜେପି ମହିଳା କର୍ମୀ-ପୋଲିସ ମୁହାଁମୁହିଁ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ।

Mamita Meher Father
‘ଗୋବିନ୍ଦକୁ ଫାଶି ଦିଆଯାଉ’

ମହିଳା କମିଶନ ଅଧ୍ୟକ୍ଷା ବଲାଙ୍ଗିର ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ ଓ ସମବେଦନା ଜଣାଇଥିଲେ ମହିଳା କମିଶନ ଅଧ୍ୟକ୍ଷା। ତେବେ ଦୋଷୀ ଯେପରି କଠୋର ଦଣ୍ଡ ପାଇବ ସେ ବିଷୟରେ କଥା ହୋଇଥିଲେ।

Mahaling College Ladies Hostel
ସସ୍‌ପେନ୍ସ ବଢ଼ାଉଛି ଲେଡିଜ ହଷ୍ଟେଲର ରୁମ୍ ନଂ ୨୦

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ମହାଲିଙ୍ଗ କଲେଜର ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଛି।

Mamita Meher Murder Case
ବ୍ୟାଗ୍ ଓ ମୋବାଇଲ୍‌କୁ ନେଇ ଚର୍ଚ୍ଚା: କେମିତି ରାଧେ ଘରେ ପହଞ୍ଚିଲା ବ୍ୟାଗ୍ ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି। 

BJP Mahila Morcha activists
ମମିତା ମେହେର ହତ୍ୟା ମାମଲା: କ୍ୟାପିଟାଲ ଥାନାରେ ଧସେଇ ପସିଲେ ବିଜେପି ମହିଳା କର୍ମୀ

ମମିତା ମେହେର ହତ୍ୟା ମାମଲାକୁ ନେଇ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ ମହିଳା ମୋର୍ଚ୍ଚାର ନେତ୍ରୀମାନେ କ୍ୟାପିଟାଲ ଥାନା ଭିତରକୁ ଯାଇଥିଲେ।

Radhe And His Wife Asha Chandi
ରାଧେ ଘରୁ ମିଳିଲା ମୋବାଇଲ୍‌, ସ୍ତ୍ରୀ କହିଲା- ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଘରୁ କିଛି ସୁରାଗ ମିଳିଛି। ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୋଲିସ୍‌ ଏହି ସୁରାଗ ହସ୍ତାନ୍ତର କରିଛନ୍ତି। ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେର ସ୍ତ୍ରୀ ପୋଲିସ୍‌କୁ ଦେଇଛନ୍ତି।

BJD LINK
ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା

ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା। ବହୁଚର୍ଚ୍ଚିତ ମମିତା ମେହେର ହତ୍ଯା ଘଟଣାର ମୁଖ୍ଯ ଅଭିଯୁକ୍ତ ସହ, ନବୀନ ସରକାରର ଗଣ୍ଡା ଗଣ୍ଡା ମନ୍ତ୍ରୀ ସଂପର୍କିତ। କିଏ ହେଲିକପଟରରେ ତାଙ୍କ ଫଙ୍କସନକୁ ଯାଉଥିଲେ, ତ କିଏ ଭାଷଣରେ କହୁଥିଲେ, ଏହା ରେଭେନ୍ସାଠାରୁ କମ୍ ନୁହେଁ। ନିଜେ ହତ୍ଯା ଅଭିଯୁକ୍ତ କହୁଥିଲା, ଏହା ମନ୍ତ୍ରୀଙ୍କ କଲେଜ, ସେ ମାସକୁ ଥରେ ଆସନ୍ତି