Advertisment

Mahesh Babu Under ED Radar: ଅର୍ଥ ହେରଫେର ମାମଲା; ED ରାଡାରରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ...

ବହୁ ବଡ଼ ବଡ଼ ଅଭିନେତାଙ୍କ ପରେ ଏବେ ଇଡି ସ୍କାନରରେ ସାଉଥ୍ ସୁପର ଷ୍ଟର୍ ମହେଶ ବାବୁ। ଦୁଇଟି ରିଅଲ୍ ଇଷ୍ଟେଟ୍ କମ୍ପାନୀ-ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାନା ଗ୍ରୁପ୍ ଦ୍ୱାରା ହୋଇଥିବା ଠକେଇ ମାମଲାରେ ସମନ କରିଛି ଇଡି।

author-image
Sujit kumar Swain
ଅଦ୍ୟତନ ହୋଇଛି
Mahesh Babu Under ED Radar

Mahesh Babu Under ED Radar

ED ରାଡାରରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ । ଅର୍ଥ ହେରଫେର ମାମଲାରେ ସମନ । ୨୮ ତାରିଖରେ ହାଜର ହେବାକୁ ED ଦେଲା ନିର୍ଦ୍ଦେଶ । ବହୁ ବଡ଼ ବଡ଼ ଅଭିନେତାଙ୍କ ପରେ ଏବେ ଇଡି ସ୍କାନରରେ ସାଉଥ୍ ସୁପର ଷ୍ଟର୍ ମହେଶ ବାବୁ।  ଦୁଇଟି ରିଅଲ୍ ଇଷ୍ଟେଟ୍ କମ୍ପାନୀ-ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାନା ଗ୍ରୁପ୍ ଦ୍ୱାରା ହୋଇଥିବା ଠକେଇ ମାମଲାରେ ସମନ କରିଛି ଇଡି। 

Advertisment

ରିପୋର୍ଟ ଅନୁସାରେ, ମହେଶ ବାବୁ ଡେଭଲପରମାନଙ୍କ ସହ ଜଡିତ ପ୍ରୋଜେକ୍ଟଗୁଡିକୁ ସମର୍ଥନ କରିଥିବାରୁ ତାଙ୍କୁ ଏହି ନୋଟିସ୍ କରାଯାଇଛି। ସେ ଏସବୁ କମ୍ପାନୀଠାରୁ ୫ କୋଟି ୯ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ୩ କୋଟି ୪ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ନେଇଥିବା ବେଳେ ଅବଶିଷ୍ଟ ଅଢେଇ କୋଟି ଟଙ୍କା ନଗଦ ଆକାରରେ ନେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସନ୍ଦେହ କରୁଛି ଯେ ଏହି ନଗଦ ଟଙ୍କା ଦୁଇ ରିଅଲ ଇଷ୍ଟେସଟ କମ୍ପାନୀର ହେରଫେର ଟଙ୍କା ହୋଇପାରେ। 

ଅଧିକ ପଢ଼ନ୍ତୁ: ଏମିତି କହିଲେ ସାଉଥ୍ ସୁପର୍‌ଷ୍ଟାର୍‌ କମଲ ହାସନ; ମୁଁ ରାମଚନ୍ଦ୍ରଙ୍କ ବାପା…

Advertisment

ତେଲେଙ୍ଗାନା ପୋଲିସ ଏନେଇ ଅଭିଯୋଗ ପାଇବା ପରେ ତଦନ୍ତ ଦାୟିତ୍ୱ ଇଡିକୁ ହସ୍ତାନ୍ତର କରିଛି। ଦାଖଲ ହୋଇଥିବା ଅଭିଯୋଗ କହୁଛି, ଏହି ସଂସ୍ଥାଗୁଡିକ ଅନଧିକୃତ ପ୍ଲଟ୍ ବିକ୍ରୟ କରନ୍ତି, ସମାନ ପ୍ଲଟକୁ ଏକାଧିକ ଥର ବିକନ୍ତି। ଏହା ବାଦ୍ ନକଲି ରେଜିଷ୍ଟ୍ରେସନ ଗ୍ୟାରେଣ୍ଟି ଦେଇ ନିବେଶକମାନଙ୍କୁ ଠକିଥାନ୍ତି। ଏହି ସବୁ ପ୍ରୋଜେକ୍ଟକୁ ମହେଶ ବାବୁ ସମର୍ଥନ କରିବା ଦ୍ୱାରା ଜମି କ୍ରେତାମାନଙ୍କ ବିଶ୍ୱାସ ଭାଜନ ହୋଇଥିଲା। ଏଥିପାଇଁ କମ୍ପାନୀ ହେରଫେର୍ କରିଥିବା ଟଙ୍କା ମହେଶ ବାବୁଙ୍କୁ ଦେଇଥିବା ସନ୍ଦେହ କରୁଛି ଇଡି, ଯାହାର ପଚରା ଉଚରା ପାଇଁ ସମନ କରିଛି ଇଡି। 

ମହେଶ ବାବୁ ଏବେ ଏସଏସ ରାଜମୌଲିଙ୍କ ହାଇ ବଜେଟ୍ ସିନେମା SSMB29 ପାଇଁ ବ୍ୟସ୍ତ ଅଛନ୍ତି। ଆଗାମୀ ୨୮ରେ ଇଡିରେ ହାଜର ହେଉଛନ୍ତି ନା ଏହାକୁ ଏଡ଼ାଇ ଦେଉଛନ୍ତି, ତା ଉପରେ ନଜର ।

Money Laundering Case South Super Star Mahesh Babu Mahesh Babu ED Investigation
Advertisment
Advertisment