ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା । ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡିଗଲେ ୨୦ରୁ ଉର୍ଦ୍ଧ ଲୋକ ।
ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ଯାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ଯେତେବେଳେ ମୁଁ ଜଣେ ସାଂସଦ ଥିଲି, ସେବେ ମୁଁ ଏ ଝିଅମାନଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲି। ଆଜି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାସହ ଶିବାରାଜ କହିଛନ୍ତି, ଜଣେ ପିତାର କର୍ତ୍ତବ୍ୟ ପୂର୍ଣ୍ଣ କରିଥିବାରୁ ମୁଁ ଖୁସି ଏବଂ ଏ ଭାବନାକୁ ଶବ୍ଦରେ ବାଖ୍ୟା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିବରାଜ।
ସରକାରୀ ଗାଇଡଲାଇନ୍ ଅନୁଯାୟୀ ଅନେକ ଦିନ ପରେ ଖୋଲିଲା ସିନେମା ହଲ୍ । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହି ନିୟମ ଉଲ୍ଲଂଘନ କରି ଅଧିକ ଦର୍ଶକ ବସାଇଲେ ସଂପୃକ୍ତ ସିନେମା ହଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ କୃଷକଙ୍କ କହିବା ଅନୁସାରେ, ୧୯୬୧ ମସିହାରେ ମଧ୍ୟପ୍ରଦେଶ ଅନ୍ତର୍ଗତ ସନୱାଲିଆ ରୁଡ଼ିରେ ଥିବା ତାଙ୍କର ପୈତୃକ ଜମିକୁ ତାଙ୍କ ଭାଇଙ୍କଠାରୁ କିଛି ଲୋକ ଖୁବ୍ କମ୍ ଦାମ୍ରେ ସବୁ ଜମି ନେଇ ଯାଇଥିଲେ। ସେହି ସମୟରେ ତାଙ୍କ ଭାଇଙ୍କ ବୟସ ମଧ୍ୟ ଖୁବ୍ କମ୍ ଥିଲା। ତେଣୁ ସେ ଜମି ବିକି ଦେବାକୁ ରାଜି ହୋଇଯାଇଥିଲେ