Advertisment

Mao Surrender: କୁନି ମାଓବାଦୀ, କାଣ୍ଡ ସାଂଘାତିକ

ମଧ୍ୟପ୍ରଦେଶ-ମହାରାଷ୍ଟ୍ର ଓ ଛତିଶଗଡରେ ଥିଲେ ମୋଷ୍ଟ ୱାଣ୍ଟେଡ। ଏବେ ଏହି ମୋଷ୍ଟ ୱାଣ୍ଟେଡ ୨୩ ବର୍ଷୀୟା ମହିଳା ମାଓବାଦୀ କରିଛନ୍ତି ଆତ୍ମସପର୍ମଣ। ତାଙ୍କ ମୁଣ୍ଡରେ ଥିଲା ୧୪ ଲକ୍ଷ ପୁରସ୍କାର।

author-image
Debadatta Aryashrestha
Mao Surrender

Mao Surrender Photograph: (OTV)

ଦେଖିବାକୁ ଛୋଟ ଆଉ ସରଳ। ହେଲେ ସେ ବେଶ୍ ଦୁର୍ଦ୍ଦାନ୍ତ। ହତିଆର ଚଳାଇବାରେ ସେ ଥିଲେ ବେଶ୍ ମାହିର। ମଧ୍ୟପ୍ରଦେଶ-ମହାରାଷ୍ଟ୍ର ଓ ଛତିଶଗଡରେ ଥିଲେ ମୋଷ୍ଟ ୱାଣ୍ଟେଡ। ଏବେ ଏହି ମୋଷ୍ଟ ୱାଣ୍ଟେଡ ୨୩ ବର୍ଷୀୟା ମହିଳା ମାଓବାଦୀ କରିଛନ୍ତି ଆତ୍ମସପର୍ମଣ। ତାଙ୍କ ମୁଣ୍ଡରେ ଥିଲା ୧୪ ଲକ୍ଷ ପୁରସ୍କାର। 

Advertisment

ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ୧୨ ବର୍ଷ ପରେ ହାର୍ଡକୋର ମହିଳା ମାଓବଦୀ ସୁନୀତା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପିଟକୋନା ପୋଲିସ ଷ୍ଟେସନ ଅନ୍ତର୍ଗତ ଚିଲୋରା କ୍ୟାମ୍ପରେ ଇନସାସ୍ ରାଇଫଲ୍, ୩ ମାଗଜିନ୍, ୩୦ ରାଉଣ୍ଡ ଗୁଳି, UBGL ସହ ଆତ୍ମସମର୍ପଣ କରିଛନ୍ତି ସୁନୀତା। ଛତିଶଗଡ଼ର ବାସିନ୍ଦା ସୁନୀତା ବିଜାପୁର ଜିଲ୍ଲାର ଗୋମଭେଟା ଗାଁର। ଏମଏମସି ଜୋନର ସେ ଥିଲେ ହାର୍ଡକୋର୍ ମହିଳା ମାଓବାଦୀ।

ସୁନୀତା ୨୦୨୨ ମସିହାରେ ନାବାଳିକା ଥିବା ସମୟରେ ହିଁ ମାଓ ସଂଗଠନରେ ଯୋଗ ଦେଇଥିଲେ। ଛତିଶଗଡ଼ର ମାଡ ଅଞ୍ଚଳରେ ୬ ମାସର ତାଲିମ ନେବା ପରେ, ସେ ସିସିଏମ ମାଓବାଦୀ ସଦସ୍ୟ ରାମଘେରଙ୍କ ୧୧ ଜଣିଆ ଟିମରେ କାମ କରିଥିଲେ। ପୋଲିସ ସୂତ୍ର ଅନୁସାରେ, ସୁନୀତା ଦୀର୍ଘ ସମୟ ଧରି ନକ୍ସଲି କାର୍ଯ୍ୟକଳାପରେ ସକ୍ରିୟ ଥିଲେ। ସେହି ଅଞ୍ଚଳରେ ଅଧିକାଂଶ ମାଓ ଘଟଣାରେ ମଧ୍ୟ ଜଡିତ ଥିଲେ। 

Advertisment

Maoist Madhya Pradesh Chhattishgarh Mao Surrender
Advertisment
Related Articles
Advertisment