/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758295852.jpg)
Low Pressure
ଫିକା ପଡ଼ିଯିବ କି ପ୍ରାରମ୍ଭିକ ପୂଜା ମଉଜ ! ବଙ୍ଗୋପସାଗରରେ ପୁଣି ଲଘୁଚାପ ।ଷଷ୍ଠୀ, ସପ୍ତମୀରେ ଛେଚିବ । ଦଶହରା ବେଳକୁ କମିବ ।
ପୁଣି ଓଡ଼ିଶାକୁ ମୁହାଁଇଛି ବଡ଼ ବର୍ଷା। ଆସନ୍ତା ୨୬ ତାରିଖରୁ ବଦଳିଯିବ ପାଗ ମିଜାଜ୍। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ୨୫ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ମଧ୍ୟ ସମୁଦ୍ର ନିକଟସ୍ଥ ମିଆଁମାର-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର। ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପ୍ରଭାବରେ ୨୩ ଓ ୨୪ ତାରିଖରୁ କେତେକ ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା ।
୨୬ରୁ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧିପାଇବ। ଉପକୂଳ, ଦକ୍ଷିଣ ସମେତ ଉତ୍ତର ଓଡ଼ିଶାରେ ବି ବର୍ଷିବ। ବିଶେଷ କରି ୨୬ ଓ ୨୭ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମଣ୍ଡପରେ ଷଷ୍ଠୀ ଓ ସପ୍ତମୀ ପୂଜା ଦିନ ବେଶୀ ବର୍ଷା ହୋଇପାରେ। ତେବେ ଦଶହରା ବେଳକୁ ସମ୍ଭବତଃ ବର୍ଷାର ପ୍ରକୋପ କମି ପାଗ ଶୁଖିଲା ରହିବ।
ପାଣିପାଗ ବିଜ୍ଞାନୀଙ୍କ ମତରେ, ୨୬ରୁ ୨୯ ତିନିଦିନ ବଡ଼ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ଆସି ସୃଷ୍ଟି ହେଉଥିବା ଲଘୁଚାପ ସହିତ ମିଶି ଏହାକୁ ଶକ୍ତିଶାଳୀ କରିବ। ୨୭ ଅପରାହ୍ନରେ ଅବପାତ ଓ ପରେ ଅଧିକ ବଳ ଗୋଟାଇ ଗଭୀର ଅବପାତ ହେବ। ତେବେ ବାତ୍ୟାର କୌଣସି ସୂଚନା ନାହିଁ। ଏପଟେ ପାର୍ବଣ ବେଳେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ବିଭିନ୍ନ ପୂଜାମଣ୍ଡପ କର୍ମକର୍ତ୍ତା।
ଏବେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାବେଳେ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ଗରମ ଓ ଗୁଳୁଗୁଳି । କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷା ବି ହୋଇପାରେ ।
ଅଧିକ ପଢ଼ନ୍ତୁ: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନାର ସଂଗୀନ ତଥ୍ୟ, ଗୁମର ଫିଟାଇଲା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
Dark Reality of Student Harassment: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନାର ସଂଗୀନ ତଥ୍ୟ, ଗୁମର ଫିଟାଇଲା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

BJD Rift Widens: ପାଣ୍ଡିଆନ କୋଟେରୀକୁ ପୁଣି ଦେବାଶିଷଙ୍କ ବାଣ, ବାହାରିଲେ ପ୍ରଫୁଲ୍ଲ ଓ ଶ୍ରୀମୟୀଙ୍କ ସପକ୍ଷରେ

Mileage Politics: ସାର ସଙ୍କଟକୁ ନେଇ ମାଇଲେଜ୍ ପଲିଟିକ୍ସ ! ମୁଲତବି ଆଲୋଚନାରେ ଭାଗ ନେଲାନି ବିଜେଡି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)