/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724238605.jpg)
Scanty Rainfall
ଏଥର ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଏବର୍ଷ ଚାଷ କେମିତି ହେବ ସେନେଇ ଏବେ ଚିନ୍ତା ଘାରିଛି। ଏପରି ଅବସ୍ଥା ଏବେ ଜଗତସିଂହପୁର ଜିଲ୍ଲାର ଅନେକ ଚାଷୀଙ୍କର।
ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲରେ ମଧ୍ୟ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଆସୁନାହିଁ। ଫଳରେ ଜଗତସିଂହପୁରର ମକୁନ୍ଦପୁର,ବଳରାମପୁର ଆଦି ବହୁ ଅଞ୍ଚଳର ଚାଷୀ ଏବେ ନିରୁପାୟ ହୋଇଯାଇଛନ୍ତି। ତଳି କିଆରୀରେ ପାଣି ନଥିବାରୁ ଓପାଡିବା ସମ୍ଭବ ହେଉନାହିଁ। ତଳି ବିଲରେ ଗୋରୁ ଗାଈ ପଶି ସବୁ ଖାଇ ଗଲେଣି। ପ୍ରତିବର୍ଷ ଜଳକର ଦେଉଛନ୍ତି ଚାଷୀ। ହେଲେ ବର୍ଷସାରା କେନାଲ ଶେଷ ମୁଣ୍ଡକୁ ବୁନ୍ଦାଏ ବି ପାଣି ଆସୁନାହିଁ।
ଶ୍ରାବଣ ମାସରେ ବି ଚାଷ ଜମି ଫାଟି ଆଁ କରିଛି । କେନାଲ ଉପର ମୁଣ୍ଡରେ କିଛି ମୁଷ୍ଟିମେୟ ଲୋକେ ଜବର ଦଖଲ କରି ଅବରୋଧ କରିଥିବାରୁ ତଳ ମୁଣ୍ଡକୁ ପାଣି ପହଞ୍ଚୁନାହିଁ। ଏ ବାବଦରେ ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ପ୍ରତିବର୍ଷ ଚାଷୀମାନେ ଅବଗତ କରାଇବା ସହ ଆନ୍ଦୋଳନ ମଧ୍ୟ କରିସାରିଲେଣି। ହେଲେ କୌଣସି ସୁଫଳ ମିଳୁନି। ଚାଷୀଙ୍କ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଚାଷୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)