‘ମେରେ ପାସ୍ ମାଆ ହେ’ ସହିତ ସଂଳାପ ତାରକା ଲେଖକ ଜାଭେଦ୍ ଅଖତର କହିଛନ୍ତି ଯେ ମାଆର ଭାବମୂର୍ତ୍ତି ଏପର୍ଯ୍ୟନ୍ତ ପ୍ରାସଙ୍ଗିକ, କିନ୍ତୁ ଏହାର ନାଟକୀୟ ବ୍ୟବହାରକୁ ହତ୍ୟା କରାଯାଇଛି। ଏହିପରି ଚରିତ୍ରଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସମସାମୟିକ ପ୍ରତିନିଧିତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି।
ବର୍ତ୍ତମାନ ଭାରତୀୟ ସିନେମା ଅଭିନେତା ରଜା ଅଲି ମୁରାଦ ମଧ୍ୟ ପ୍ରଭୁ ରାମଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରକାଶ କରିଛନ୍ତି। ତାଙ୍କ ନାମ ସହିତ ରାମଙ୍କ ନାମ ଜଡିତ ବୋଲି ସେ କହିଛନ୍ତି।
ଜାଭେଦ ଅଖତର ଫିଲ୍ମ ନିର୍ମାତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଜଣେ ଶକ୍ତିଶାଳୀ ମହିଳା ପ୍ରକୃତରେ କିପରି ଦେଖାଯାଆନ୍ତି ସେ ବିଷୟରେ ଚଳଚ୍ଚିତ୍ର ନିର୍ମାତାଙ୍କର ସ୍ପଷ୍ଟ ବୁଝାମଣା ନ ଥିବାରୁ ଅଭିନେତ୍ରୀମାନଙ୍କୁ ଅଭିନୟ ପାଇଁ କୌଣସି ଦମଦାର ଭୂମିକା ଦିଆଯାଉ ନାହିଁ।
ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।
ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କୁ ଝଟ୍କା। ଗୀତିକାର ଜାଭେଦ ଅଖତର୍ଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି।
ପ୍ରବୀଣ ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଆଜିର ଚଳଚ୍ଚିତ୍ର ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ବର୍ତ୍ତମାନର ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀକୁ ବଢାଇବା ପାଇଁ ନିଜ ଚଳଚ୍ଚିତ୍ରରେ ଗୀତ ବ୍ୟବହାର କରୁ ନାହାନ୍ତି। ସେମାନେ କେବଳ ଅଧିକ ଟକା ରୋଜଗାର କରିବା ନେଇ ସିନେମାରେ ଗୀତର ବ୍ୟବହାର କରିଥାନ୍ତି।
In strongest possible words I condemn those regressive and reactionary organisations who are threatening Sona Mahapatra for making a music video of a Amir Khusrau ‘ Geet . These mullas should know that Amir Khusrau belongs to every Indian . He is not your property . — Javed Akhtar (@Javedakhtarjadu) 1 May 2018