Advertisment

ମୁସଲମାନ ଅଭିନେତା କହିଲେ, “ମୁଁ ଆଜି ଯାହା କିଛି ହୋଇଛି ପ୍ରଭୁ ଶ୍ରୀରାମଙ୍କ ପାଇଁ”

ବର୍ତ୍ତମାନ ଭାରତୀୟ ସିନେମା ଅଭିନେତା ରଜା ଅଲି ମୁରାଦ ମଧ୍ୟ ପ୍ରଭୁ ରାମଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରକାଶ କରିଛନ୍ତି। ତାଙ୍କ ନାମ ସହିତ ରାମଙ୍କ ନାମ ଜଡିତ ବୋଲି ସେ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
muslim actor raja ali murad statement before ayodhya ram mandir

muslim actor raja ali murad statement before ayodhya ram mandir

ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଲକ୍ଷ ଲକ୍ଷ ଲୋକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଦେଶ ତଥା ବିଶ୍ୱର ଆଖି ଅଯୋଧ୍ୟା ଧାମ ଉପରେ ରହିଛି, ଯେଉଁଠାରେ ଶ୍ରୀରାମ ଦୀର୍ଘ ୫ ହଜାର ବର୍ଷ ପରେ ପୁଣି ମନ୍ଦିରରେ ବିରାଜମାନ କରିବେ।

Advertisment

ଏହାରି ଭିତରେ ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି। ରାମ ମନ୍ଦିର ନିର୍ମାଣକୁ ନେଇ କେହି କେହି ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଆଉ କେହି ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଆନନ୍ଦରେ ଝୁମୁଛନ୍ତି। ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଯେଉଁମାନେ ଏହି ନିମନ୍ତ୍ରଣ ପାଇ ନାହାଁନ୍ତି ସେମାନେ ଭିନ୍ନ ଧର୍ମର ହୋଇଥିଲେ ମଧ୍ୟ ଶ୍ରୀରାମଙ୍କ ଆଗମନକୁ ନେଇ ଖୁସି ବ୍ୟକ୍ତ କରୁଛନ୍ତି।

ପୂର୍ବରୁ ସଂଗୀତକାର ଜାଭେଦ ଅଖତର ମଧ୍ୟ ଶ୍ରୀରାମଙ୍କୁ ପ୍ରଶଂସା କରିଥିବା ବେଳେ ମନ୍ଦିର ନିର୍ମାଣରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରିଛନ୍ତି ଏବଂ ଶ୍ରୀରାମଙ୍କୁ ଭାରତର ଐହିହ୍ୟ ବୋଲି ବିବେଚନା କରନ୍ତି। ଜାଭେଦ ଅଖତରଙ୍କ ପରେ ବର୍ତ୍ତମାନ ଭାରତୀୟ ସିନେମା ଅଭିନେତା ରଜା ଅଲି ମୁରାଦ ମଧ୍ୟ ପ୍ରଭୁ ରାମଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରକାଶ କରିଛନ୍ତି।

Advertisment

ରଜା ମୁରାଦ କହିଛନ୍ତି, ପ୍ରଭୁ ରାମଙ୍କ ଆଶୀର୍ବାଦ ତାଙ୍କ ଉପରେ ସର୍ବଦା ରହିଛି। ତାଙ୍କ ନାମକୁ ନେଇ ଅଭିନେତା କହିଛନ୍ତି ଯେ ଇଂରାଜୀ ଅକ୍ଷର 'RAM' ସହିତ ତାଙ୍କର ନାମ ଜଡିତ ଅଛି। ତାଙ୍କର ସମ୍ପୂର୍ଣ୍ଣ ନାମ ରଜା(R) ଅଲି(A) ମୁରାଦ(M)। ଯଦି ତାଙ୍କ ନାମର ପ୍ରଥମ ତିନୋଟି ଅକ୍ଷରକୁ ମିଶ୍ରଣ କରାଯାଏ ତେବେ ଏହା ରାମ(RAM) ହୋଇଯାଏ। ଏହି କାରଣରୁ ସେ ନିଜକୁ ଶ୍ରୀରାମଙ୍କ ସହ ଜଡିତ କରନ୍ତି।

ରଜା ମୁରାଦ କହିଛନ୍ତି ଯେ ତାଙ୍କ ଜୀବନରେ ପ୍ରଭୁ ଶ୍ରୀରାମଙ୍କ ବହୁତ ପ୍ରଭାବ ପଡିଛି। ତାଙ୍କ ଘର ଜନପଦ ମଧ୍ୟ ଶ୍ରୀରାମଙ୍କ ନାମ ସହିତ ଜଡିତ, ଯାହାର ନାମ ରାମପୁର। ତାଙ୍କର ପ୍ରଥମ ହିଟ୍ ଫିଲ୍ମ ମଧ୍ୟ ରାମଙ୍କ ନାମରେ। ଦୀର୍ଘ ୧୪ ବର୍ଷ ପରିଶ୍ରମ କରିବା ପରେ ସେ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି’ରେ ଏକ ସୁଯୋଗ ପାଇଥିଲେ, ଯାହାକୁ ଲୋକମାନେ ଏବେ ମଧ୍ୟ ପସନ୍ଦ କରନ୍ତି।

ଏହି ଭେଟେରାନ୍ ଅଭିନେତା ୨୦୨୧ ମସିହାରେ ଏକ କଥା ପ୍ରସଙ୍ଗରେ କହିଥିଲେ, “ମୋ ଜୀବନରେ ପ୍ରଭୁ ରାମଙ୍କର ମହତ୍ତ୍ୱ ରହିଛି, କେବଳ ତାଙ୍କ ଆଶୀର୍ବାଦରେ ମୁଁ ଆଜି ଏହି ସଫଳତା ପାଇଛି। ମୁଁ ରାମନଗରରେ ପହଞ୍ଚି ବହୁତ ଖୁସି, କାରଣ ଏହି ସହରଟି ଶ୍ରୀରାମଙ୍କ ନାମରେ ମଧ୍ୟ ନାମିତ।” ଅଭିନେତା ଯେତେବେଳେ ଉତ୍ତରାଖଣ୍ଡରେ ଥିବା ହନୁମାନ ମନ୍ଦିର ପରିସରରେ ଏକ ଦୋକାନ ଉଦ୍‌ଘାଟନ କରିବାକୁ ଆସିଥିଲେ ସେତେବେଳେ ସେ ଏହି କଥା କହିଥିଲେ।

ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଉପରେ ଭାଷଣ ଦେବାବେଳେ ସେ ତାଙ୍କର 'ରାମ'ଙ୍କ ସହ ସଂଯୋଗକୁ ବ୍ୟାଖ୍ୟା କରିଛନ୍ତି।

Bollywood Javed Akhtar
Advertisment
Advertisment