• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ଚେକ୍ ଡ୍ୟାମ୍ । ହେଲେ ନିର୍ମାଣରେ ଅନିୟମିତତା ଯୋଗୁଁ ଚାଷୀଙ୍କ ଜମିକୁ ପାଣି ମିଳୁନି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ ନିର୍ମାଣର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀ ।

ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକରୁ । ଗତ ୨୦୨୦-୨୧ ମସିହାରେ ୬୦ ଲକ୍ଷ ଟଙ୍କା ବିନିମୟରେ ପଦ୍ମ ନାଳ ଉପରେ ପଦ୍ମକେଶରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ଲକ୍ଷ୍ୟ ଥିଲା କେଶରା ଗାଁ ସମେତ ଚଢ଼ିଆପଦା, ଚନ୍ଦ୍ରପୁର ଓ କିରମ୍ବ ଆଦି ଗାଁର ପ୍ରାୟ ଶହେରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଜଳ ସେଚନ ।

ହେଲେ ଗ୍ରାମବାସୀଙ୍କ ନିର୍ଦ୍ଧାରିତ ସ୍ଥାନରେ ଚେକ୍ ଡ୍ୟମ୍ ନିର୍ମାଣ ନ କରି ଠିକାଦାର ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ କରୁଛନ୍ତି । ଫଳରେ ଚାଷ ଜମିକୁ ପାଣି ମାଡୁନାହିଁ । ଅନ୍ୟପଟେ କେନାଲ ନିର୍ମାଣ ସମେତ ଅନ୍ୟାନ୍ୟ କାମଗୁଡିକରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଶହଶହ ଚାଷୀଙ୍କ ଜମି ଏବେ ପଡିଆ ପଡ଼ିଛି ।

ଏନେଇ ଚାଷୀମାନେ ନିର୍ମାଣ କାମକୁ ବି ବନ୍ଦ ରଖିଛନ୍ତି । ସେପଟେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ କହିଛନ୍ତି, କାମରେ କୌଣସି ପ୍ରକାର ଅନିୟମିତତା ହୋଇ ନାହିଁ । ଅନ୍ୟପଟେ ମୌସୁମୀ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ ବର୍ଷା । ଫଳରେ ଚାଷ କାର୍ଯ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ଜୁନ ମାସରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୯% କମ୍ ବର୍ଷା ହୋଇଛି । ୫ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ଏବଂ ୧୭ ଜିଲ୍ଲାରେ ୨୦ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି । ସେପଟେ ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now