Advertisment

ଆଉ ରକ୍ଷା ନାହିଁ ! ଏଥର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଲାଗିବ ଫାଇନ୍

୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
HSRP Violators To Pay Fine From January 15

HSRP

ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ। ଯେଉଁସବୁ ଯାନବାହନର ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪, ୫ କିମ୍ବା ୬ ଥିବ ଏବଂ ସେହି ସବୁ ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନଥିବ, ସେହି ଗାଡ଼ି ମାଲିକଙ୍କଠାରୁ ଆସନ୍ତା ୧୫ ତାରିଖରୁ ଫାଇନ୍ ଆଦାୟ କରାଯିବ। ଏସବୁ ଗାଡ଼ିଗୁଡ଼ିକ ପାଇଁ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଚାଲାଣ କଟାଯିବ ବୋଲି ଏସଟିଏ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଏସବୁ ନମ୍ବର ବିିଶିଷ୍ଟ ଯାନ ବାହନ ପାଇଁ ଡେଡ୍‌ଲାଇନ ଥିଲା ଡିସେମ୍ବର ୩୧ ତାରିଖ। ଏହା ଭିତରେ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୯ ତାରିଖ ଅର୍ଥାତ ଗତକାଲି ସୁଦ୍ଧା ରାଜ୍ୟର ୩୫ ଲକ୍ଷ ୫୬ ହଜାର ୮୧୯ ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିଥିବା ବେଳେ ତା ଭିତରୁ ୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି।

Advertisment

HSRP Mandatory HSRP
Advertisment
Advertisment