ତମାଣ୍ଡୋ ଛକରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ହେଉଛି । ଗତକାଲିଠୁ ଚାଲିଥିବା ଏହି ଧାରଣା ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ ଅଟକି ରହିଛି । ଆଜି ଏମାନେ ଯିବାକୁ ଚେଷ୍ଟା କରିବା ପରେ ଏଭଳି ଉତ୍ତେଜନା ଦେଖାଦେଇଛି ।
୨ ତାରିଖ ଯାଏଁ ୧୪୪ ଧାରା ଜାରି କଲା ପ୍ରଶାସନ
ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା।
ଆଜି ମାଦ୍ରାସ ହାଇକୋର୍ଟ ଏଆଇଏଡିଏମକେର ଜେନେରାଲ କାଉନସିଲ୍ ବୈଠକ ପାଇଁ ସବୁଜ ସଙ୍କେତ ଦେବା ପରେ ପନିରସେଲଭମ୍ ଗୋଷ୍ଠୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଗୋଟିଏ ଗୋଷ୍ଠୀର ଲୋକେ ଏକାଠି ହୋଇ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।
ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ ।
ଗୋଷ୍ଠୀ ସଙ୍ଘର୍ଷରେ ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ସଂଘର୍ଷରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି ।
ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। କୃଷ୍ଣପ୍ରସାଦ ଝାରକଟା ଗାଁରେ ହୋଇଛି ସଂଘର୍ଷ। ପରସ୍ପର ମଧ୍ୟରେ ଲାଠି ମାଡ଼ରେ ୧୦ରୁ ଅଧିକ ଆହତ।
ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି । ସାମାନ୍ୟ ବଚସାକୁ ନେଇ ଶୁକ୍ରବାର ଏହି ଘଟଣା ଘଟିଥିଲା। ପ୍ରାୟ ୫୦ରୁ ଅଧିକ ଦୁର୍ବୃତ୍ତ ସାହିରେ ଅଧଘଣ୍ଟା ଧରି ଚଳାଇଥିଲେ ଆତଙ୍କରାଜ୍ ।
ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି ।
ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୬ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଉ ଏକ ଗୋଷ୍ଠୀ ପଳାଶୁଣିରେ ଏନ୍ଏଚ୍ ଅବରୋଧ କରିଥିଲେ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
ଭଦ୍ରକ: ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ସମୟରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଭାସ୍ଥଳକୁ ନିଆଯିବା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ଅସିତ୍ ପଟ୍ଟନାୟକଙ୍କ ସମର୍ଥକ ମାନେ ସ୍ଥାନୀୟ ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଏବଂ ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ କାହିଁକି ଏଭଳି ଆକ୍ରମଣ କରାଗଲା ସେନେଇ କାରଣ […]
ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ ନିର୍ମିତ ଜେଟିକୁ ବିରୋଧ କରୁଛନ୍ତି ସିପାକୁଦା ଗାଁ ଲୋକେ। ଉଭୟ ପକ୍ଷରୁ ୧୦୦ରୁ ଅଧିକ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୩୦ ଜଣ […]