Advertisment

Political Clash: ରାଜନୈତିକ ବିବାଦରୁ ଗୋଷ୍ଠୀ ସଂଘର୍ଷ

ଭଦ୍ରକ ତିହିଡି ଥାନା କାଁପଡ଼ାରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼ । ରାଜନୈତିକ ବିବାଦରୁ ଗଣ୍ଡଗୋଳ ଘଟିଥିବା କୁହାଯାଉଛି ।

author-image
Santosh Kumar Sahoo

ଭଦ୍ରକ ଜିଲ୍ଲା ତିହିଡ଼ି ଥାନାର କାଁପଡ଼ା ଗାଁରେ ଗଣ୍ଡଗୋଳରେ ୭ ଜଣ ଗୁରୁତର। ରାଜନୈତିକ ବିବାଦରୁ ହାତ ତିଆରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ସମସ୍ତଙ୍କୁ ତିହିଡ଼ି ଡାକ୍ତରଖାନାରେ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଗାଁ ଦାଣ୍ଡରେ ବୋମାମାଡ଼ କରିଥିଲେ। ଗାଁ ଦାଣ୍ଡରେ ବସିଥିବା କେତେଜଣଙ୍କୁ
ଲକ୍ଷ୍ୟ କରି କେତୋଟି ହାତ ତିଆରି ବୋମା ଫିଙ୍ଗିଥିଲେ। ବାରଣ୍ଡାରେ ବସିଥିବା ଲୋକଙ୍କ ନିକଟରେ ବୋମା ଫୁଟିବାରୁ ୭ଜଣ ଗୁରୁତର ହୋଇଛନ୍ତି। 

Advertisment
Odisha Bhadrak Group Clash
Advertisment
Advertisment