Advertisment

ଯାଯାବର ହତ୍ୟା ଘଟଣାର ତନାଘନା; ୧୩ ଜଣଙ୍କୁ ଅଟକ ରଖିଲା ପୋଲିସ

ସୁନ୍ଦରଗଡ଼ ମର୍ଡରର ତନାଘନା କରୁଛି ପୋଲିସ। କାଲିଠାରୁ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଛି। ତେବେ ଏହି ଘଟଣାରେ ମୋଟ୍ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

author-image
Sonali Ojha
ଅଦ୍ୟତନ ହୋଇଛି
sundargarh murder

sundargarh murder

ସୁନ୍ଦରଗଡ଼ ମର୍ଡରର ତନାଘନା କରୁଛି ପୋଲିସ। କାଲିଠାରୁ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଛି। ତେବେ ଏହି ଘଟଣାରେ ମୋଟ୍ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ଯାଯାବର ଗୋଷ୍ଠୀର ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।

Advertisment

ଗତକାଲି ସଦର ଥାନା ଗୀତପଡ଼ାରେ ଯାଯାବର ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ମଧ୍ୟରାତ୍ରରେ ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ପରେ ୩ ମହିଳାଙ୍କ ସମେତ ୫ ଜଣଙ୍କର ଜୀବନ ଯାଇଥିଲା। ଗତକାଲି ପଶ୍ଚିମାଞ୍ଚଳ ଡିଆଇଜି, ଏସପି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ । ପାରିବାରିକ ଗଣ୍ଡଗୋଳ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ଡିଆଇଜି ସୂଚନା ଦେଇଥିଲେ ।

ଏହି ମାମଲାର ତଦନ୍ତ କରି ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ସୁନ୍ଦରଗଡ ଆଣିଛି ପୋଲିସ । ହତ୍ୟାକାରୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଘଟଣାରେ ଆହତ ହୋଇଥିବା ୪ ଜଣ ବର୍ତ୍ତମାନ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଅଟକ ରଖିଥିବା ୧୩ ଜଣଙ୍କ ମଧ୍ୟରେ ୭ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି ।

Advertisment

ଗତ କିଛି ମାସ ହେଲା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଥିଲେ । ସେମାନଙ୍କ ମଧ୍ୟରୁ ଅବିନାଶ ପାୱାର ଜଣେ ମହିଳା ନିଜ ସ୍ବାମୀ ଓ ପୁଅକୁ ଛାଡ଼ି ଅନ୍ୟ କାହା ସହିତ ପଳାଇବା ପରେ, ଅବିନାଶ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ଆଉ ଏକ ଗୋଷ୍ଠୀର ବିବାଦ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

Murder Sundergarh Group Clash
Advertisment
Advertisment