/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670660185.jpg)
Rocket-Propelled Grenade
ଥାନା ଉପରେ ରକେଂଟ୍ ଲଂଚରରେ ହମଲା । ପଞ୍ଜାବ ତରନତାରନ ଜିଲ୍ଲାର ସରହାଲି ଥାନା ଉପରେ ରକେଟ୍ ଲଂଚର ମାଡ଼ ହୋଇଛି । ଅମୃତସର-ଭାଟିଣ୍ଡା ଜାତୀୟ ରାଜପଥରେ ଥିବା ଥାନା ଉପରେ ମଧ୍ୟରାତ୍ରିରେ ହମଲା ହୋଇଥିଲା । ରାତି ପ୍ରାୟ ଗୋଟାଏ ସମୟରେ ହମଲା କରିଥିଲେ ଦୁର୍ବତ୍ତ । ରକେଟ୍ ଲଂଚରଟି ଥାନାର ଏକ ପିଲାରକୁ ମାଡ଼ କରିବା ପରେ କୋଠରୀ ଭିତରେ ପଡିଥିଲା ।
ଆକ୍ରମଣରେ ଥାନାର କୋଠା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ନିଶା ମାଫିଆ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି । ବିଏସ୍ଏଫ୍ ସହ ପଞ୍ଜାବ ପୋଲିସ ଘଟଣାର ମିଳିତ ଭାବେ ତଦନ୍ତ କରୁଛନ୍ତି । ଏଥିସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହଯୋଗ ଲୋଡ଼ା ଯାଇଛି । ଆକ୍ରମଣରେ ଆତଙ୍କବାଦୀ ଲିଙ୍କ୍ ଥିବା ମଧ୍ୟ ସନ୍ଦେହ କରାଯାଉଛି । ଆକ୍ରମଣ ହୋଇଥିବା ସରହାଲି ହେଉଛି ଖଲିସ୍ତାନୀ ଆତଙ୍କବାଦୀ ହରବିନ୍ଦର ସିଂହ ରିନ୍ଦାର ଘର ।
ନିକଟରେ ହରବିନ୍ଦର ସିଂ ରିନ୍ଦାର ପାକିସ୍ତାନରେ ମୃତ୍ୟୁ ଘଟିଛି । ହରବିନ୍ଦରର ଅନେକ ଆତଙ୍କବାଦୀ ହମଲାରେ ହାତ ରହିଛି । ନିଶିଦ୍ଧ ଘୋଷିତ ଖଲିସ୍ତାନୀ ସଂଗଠନ ବାବର ଖାଲସା ଇଣ୍ଟରନାସନାଲର ସଦସ୍ୟ ହେଉଛି ହରବିନ୍ଦର । ଗତ ମେ ମାସରେ ପଞ୍ଜାବ ପୋଲିସ ମୁଖ୍ୟାଳୟ ଉପରକୁ ରକେଟ୍ ହମଲାରେ ମଧ୍ୟ ତାର ସମ୍ପୃକ୍ତି ଥିଲା । ପୋଲିସ ମୁଖ୍ୟାଳୟ ହମଲାର ମାଷ୍ଟରମାଇଣ୍ତକୁ ଗତକାଲି ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)