Advertisment

ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ

ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ହାଇଦରର ମୃତ୍ୟ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି।

author-image
Rajalaxmi Sahoo
ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ

144 Imposed In Kendrapara

କେନ୍ଦ୍ରାପଡ଼ା: ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ହାଇଦରର ମୃତ୍ୟ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। ଗତକାଲି ରାତି ୧୧ଟାରୁ ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏ ୧୪୪ ଧାରା ଜାରି ରହିବ। କେନ୍ଦ୍ରାପଡ଼ା ପୌରାଞ୍ଚଳ ଓ ନିକଟ ୪ଟି ପଞ୍ଚାୟତ ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ ୧୪୪ ଧାରା ଜାରି କରାଯାଇଛି। ଅଘଟଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ସମୟରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା କରାଯାଇଛି। ସକାଳ ୭ରୁ ଦିନ ୧୧ଟା ଯାଏ ଦୋକାନ ଖୋଲା ରହିବ। କେବଳ ଗ୍ରୋସେରୀ, ପରିବା ଓ ଆମିଷ ଦୋକାନ ଖୋଲା ରହିବା ପାଇଁ ନିଷ୍ପତ୍ତି ହୋଇଛି। ଏହା ଛଡ଼ା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। 

Advertisment

ଅନ୍ୟପକ୍ଷେ, ଆଜି ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ହେବ। ବାଲେଶ୍ୱର ମେଡିକାଲରେ ରହିଛି ଗ୍ୟାଙ୍ଗଷ୍ଟର ହାଇଦରର ମୃତଦେହ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଷ୍ଟମର୍ଟମ ହେବ।  ପୋଷ୍ଟମର୍ଟମ ପରେ ହାଇଦରର ମୃତଦେହ ପରିବାରକୁ ଦିଆଯିବ। ଗତକାଲି ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ହାଇଦରକୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନ୍‌କାଉଣ୍ଟର ହୋଇଥିଲା। ପରିସ୍ରା ଯିବା ବାହାନାରେ ହାଇଦର ବାହାରିବା ପରେ ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ହାଇଦରକୁ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା। ଫଳରେ ବାଧ୍ୟ ହୋଇ ପୋଲିସ୍‌ ଗୁଳି କରିଥିଲା ବୋଲି କଟକ ଡିସିପି କହିଛନ୍ତି। ହାଇଦରକୁ ନେବା ବେଳେ ୧ ସେକ୍ସନ ଫୋର୍ସ, ଜଣେ ଇନ୍ସପେକ୍ଟର, ଜଣେ SI ସାଙ୍ଗରେ ଥିଲେ। ଏନ୍‌କାଉଣ୍ଟର ବେଳେ ହାଇଦରର ପେଟରେ ଗୁଳି ବାଜିଥିଲା। ଏହାପରେ ତାକୁ ତୁରନ୍ତ ବାଲେଶ୍ୱର ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। 

Advertisment

ହାଇଦରର ମୃତ୍ୟୁ ନେଇ ପତ୍ନୀ କହିଛନ୍ତି ଯେ, ‘ମୋ ସ୍ୱାମୀଙ୍କୁ ଉଠାଇ ନେଇ ମାରିଦେଲେ। ମୃତ୍ୟୁ ଖବର ଟିଭିରୁ ଜାଣିଲି, ଆମକୁ ପୋଲିସ କିଛି କହିନି। ମୋ ସ୍ୱାମୀ ଖସିଯିବା ଭଳି ଲୋକ ନୁହେଁ। ପୋଲିସ୍ ତାକୁ ଡ୍ରେସ୍ ପିନ୍ଧେଇକି ନେଇକି ରାସ୍ତାରେ ମାରିଛି। ମୁଁ ସବୁବେଳେ ଚାହୁଁଥିଲି, ସେ ପୋଲିସ୍ ପାଖରେ ରୁହନ୍ତୁ। ବାହାରକୁ ଆସିଲେ ଅସୁବିଧା କରୁଥିଲେ। ତା ମୃତ୍ୟୁ ପାଇଁ ନବୀନ ସରକାର ଦାୟୀ। ତାଙ୍କ ମରିବା ଖବର ଟିଭିରୁ ଦେଖିଲି।’

Odisha Kendrapara Gangster Hyder Encounter Of Gangster Hyder
Advertisment
Advertisment