• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

News Highlights

  • କିଛି ଦିନ ତଳେ କଟକ ବଡ଼ମେଡିକାଲରୁ ଖସି ଯାଇଥିଲା ହାଇଦର

  • ପରିସ୍ରା ଯିବା ବାହାନାରେ ଖସି ପଳାଇବାକୁ ଉଦ୍ୟମ କରିଥିଲା

  • ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା। 

ଭୁବନେଶ୍ୱର: ପୋଲିସ୍ ଏନ୍‌କାଉଣ୍ଟରେ ହାଇଦର ମୃତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ମୃତ ଘୋଷଣା ହୋଇଛି। ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି। ମୃତ୍ୟୁ ନେଇ ବାଲେଶ୍ୱର ADMO ମୃତ୍ୟୁଞ୍ଜୟ ମିଶ୍ର ସ୍ପଷ୍ଟ କରିଛନ୍ତି। ସିମୁଳିଆ ନିକଟରେ ହାଇଦରକୁ ଏନକାଉଣ୍ଟର ହୋଇଥିଲା। ବାରିପଦା ଜେଲ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା। ଏନକାଉଣ୍ଟରରେ ମୃତ ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପୋଷ୍ଟମର୍ଟମ କାଲି ହେବ। ପୋଷ୍ଟମର୍ଟମ ପରେ ହାଇଦରର ମୃତଦେହ ପରିବାରକୁ ଦିଆଯିବ। ପୋଷ୍ଟମର୍ଟମ ଓ ଶବ ହସ୍ତାନ୍ତର ପ୍ରସଙ୍ଗରେ ପୋଲିସ ପକ୍ଷରୁ ସୂଚନା ମିଳିଛି।

ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଥିଲା। ରାସ୍ତାରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନ୍‌କାଉଣ୍ଟର କରାଯାଇଥିଲା। କିଛି ଦିନ ତଳେ କଟକ ବଡ଼ମେଡିକାଲରୁ ଖସି ଯାଇଥିଲା ହାଇଦର। ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ପରେ କୋଭିଡ଼ ଆକ୍ରାନ୍ତ ହେବାରୁ ଚୌଦ୍ୱାର ଜେଲରେ ରଖାଯାଇଥିଲା।

ଏନେଇ କଟକ ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କହିଛନ୍ତି ଯେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା। ହାଇଦରକୁ ଜଣେ ଇନ୍ସପେର, ଜଣେ SI, ଏକ ସେକ୍ସନ ଫୋର୍ସ ନେଉଥିଲେ। ବାଲେଶ୍ୱର ସିମୁଳିଆ ନିକଟରେ ପ୍ରାୟ ଅପରାହ୍ନ ୩.୨୦ ସମୟରେ ପରିସ୍ରା ଯିବା ପାଇଁ କହିଥିଲା। ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା। 

ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। ଗୁଳିଟି ତାର ପେଟରେ ବାଜିଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ପୂର୍ବତନ ଡିଜି ସଂଜୀବ ମାରିକ୍ କହିଛନ୍ତି ଯେ- ଏହାକୁ ଗୁରୁତର ସହ ନେବା ଆବଶ୍ୟକ। ଜେଲ୍‌ ସ୍ଥାନାନ୍ତର ବେଳେ ପୋଲିସ୍ ପକ୍ଷରୁ ଠିକ୍ ଭାବେ ଏସଓପି ପାଳନ କରାଯାଇନଥିବ। 

ଗତ ଏପ୍ରିଲ ମାସରେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଚକମା ଦେଇ ଖସି ପଳାଇଥିଲା ହାଇଦର। ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା। ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ପ୍ରଥମେ ସୂଚନା ମିଳିଥିଲା। 

ପରେ ଏହି ଫେରାର ଘଟଣାରେ ନିୟୋଜିତ ହୋଇଥିବା ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଥିଲା।

OTV is now on Whatsapp

Join and get latest news update delivered to you via whatsapp

Join Now