• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Entertainment News

Duplicate katrina
ଆଉ ଜଣେ କ୍ୟାଟ୍ରିନା, ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ବି-ଟାଉନରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନାହିଁ । କିନ୍ତୁ ଏବେ ଆଉ ଜଣେ କଟ୍ରିନାଙ୍କ ଭିଡିଓ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । କ୍ୟାଟ୍ରିନାଙ୍କ ପରି ଏକା ଭଳି ଦିଶୁଥିବା ଆଲିନା ରାୟଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Rakul Preet Singh
ରକୁଲ ପ୍ରୀତ୍‌ଙ୍କ ନୂଆ ଲୁକ୍,ଚିହ୍ନି ପାରୁନାହାନ୍ତି ପ୍ରଶଂସକ

ବି-ଟାଉନରେ ଅଭିନେତ୍ରୀ ରକୁଲପ୍ରୀତ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରକୁଲ ତାଙ୍କ ନୂଆ ଚେହେରା ପାଇଁ ଏବେ ପୁରା ଅଲଗା ଦେଖାଯାଉଛନ୍ତି । ନିକଟରେ ଅଭିନେତ୍ରୀ ରକୁଲପ୍ରୀତ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସଂପୂର୍ଣ୍ଣ ଅଲଗା ଦେଖା ଯାଉଛନ୍ତି ।

Bigg Boss 15
ସୁନିଶ୍ଚିତ ହେଲା ବିଗ୍ ବସ୍-୧୫ର ୪ ପ୍ରତିଯୋଗୀଙ୍କ ନାଁ, ଆଉ ଏକ ନୂଆ ପ୍ରୋମୋର ଝଲକ୍

ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ସୋ ବିଗ୍ ବସ୍-୧୫ । ବିଗ୍ ବସ୍ ଶୋ' ର ଫ୍ୟାନ ମାନେ ବହୁ ପ୍ରତିକ୍ଷାର ସହ ଅପେକ୍ଷା କରିଥିବା ବେଳେ ଅତିଶୀଘ୍ର ଏହାର ଅନ୍ତ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୨ରେ ଏହି ଶୋ’ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଦର୍ଶକ ବିଗ୍ ବସ୍-୧୫ର ପ୍ରୋମୋ ଭିଡିଓ ଦେଖିବା ପରେ ଆହୁରି ଉତ୍ସାହିତ ହୋଇପଡିଛନ୍ତି । ତେବେ ଶୋ’ ର ଗ୍ରାଣ୍ଡ୍ ପ୍ରିମିୟର ପୂର୍ବରୁ ଶୋ’ ର ଆଉ ଏକ ପ୍ରୋମୋ ଭିଡିଓ ରିଲିଜ ହୋଇଛି ।

Divya Aggarwal
ବିଗ୍‌ ବସ୍ ଓଟିଟିର ବିଜେତା ହେଲେ ଦିବ୍ୟା ଅଗ୍ରୱାଲ, ଜିତିଲେ ୨୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି

ସମସ୍ତଙ୍କୁ ପଛରେ ପକାଇ ଦିବ୍ୟା ଅଗ୍ରୱାଲ ହେଲେ ବିଗ୍‌ ବସ୍ ଓଟିଚିର ବିଜେତା । ବିଜେତା ଭାବେ ଦିବ୍ୟା ଅଗ୍ରୱାଲଙ୍କୁ ଟ୍ରଫି ସହ ୨୫ ଲକ୍ଷର ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ପ୍ରତିଯୋଗିତାରେ ନିଶାନ୍ତ ଭଟ୍ଟ ପ୍ରଥମ ରନର୍ସ ଅଫ୍ ହୋଇଥିବା ବେଳେ ଓ ସମିତା ସେଟ୍ଟି ଦ୍ୱିତୀୟ ରନର ଅପ୍ ହୋଇଛନ୍ତି । ଦିବ୍ୟା ପ୍ରତିଯୋଗିତାର ଆରମ୍ଭରୁ ନିଜକୁ ଏକ ଦୃଢ ସ୍ଥିତିରେ ରଖିଥିଲେ, ଯଦିଓ ତାଙ୍କୁ ବେଳେବେଳେ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା ।

Siddharth Shukla's face tattooed
ଶେହନାଜଙ୍କ ଭାଇ ହାତରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଟାଟୁ, କହିଲେ ତୁମେ ମୋ ସହିତ ସବୁବେଳେ ଅଛ

ଶେହନାଜ ଗିଲ୍‌ଙ୍କ ଭାଇ ଶାହବାଜ୍ ଅଭିନେତା ସିନ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ହାତରେ ସିଦ୍ଧାର୍ଥଙ୍କର ସେ ଏକ ଟାଟୁ କରିଛନ୍ତି । ଟାଟୁରେ ସିଦ୍ଧାର୍ଥ ମୁହଁ ରହିଥିବା ବେଳେ ଶେହନାଜଙ୍କ ନାଁ ମଧ୍ୟ ରହିଛି । ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ପ୍ରଶଂସକ ମାନେ ଶେହବାଜ ସିଦ୍ଧାର୍ଥଙ୍କ ଫଟୋର ଟାଟୁ ଦେଖି ତାଙ୍କୁ ମନେପକାଇ ଭାବପ୍ରବଣ ହୋଇଯାଇଛନ୍ତି ।

shilpa shetty and raj kundra
ନିଜ କାମରେ ବ୍ୟସ୍ତ ଥିଲି,ରାଜ୍ କଣ କରୁଥିଲେ ମୁଁ ଜାଣି ନଥିଲି ଶିଳ୍ପା

ଅଶ୍ଳୀଳ ଭିଡିଓ ଓ ଫିଲ୍ମ ତିଆରି କରିବା ଅଭିଯୋଗରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସର ଚାର୍ଜସିଟରେ ସାକ୍ଷୀ ଭାବରେ ତାଲିକାଭୁକ୍ତ ହୋଇଛନ୍ତି। ସେ ପୋଲିସକୁ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କଣ କରୁଛନ୍ତି ତାହା ସେ ଜାଣି ନାହାଁନ୍ତି ।

manoj patil
ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ମିଷ୍ଟର ଇଣ୍ଡିଆ ବିଜେତା

ପୂର୍ବତନ ମିଷ୍ଟର ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ମୁମ୍ବାଇରେ ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଡାଲ ନୋଟ୍ ଲେଖିଛନ୍ତି । ନୋଟରେ ସେ ଅଭିନେତା ସାହିଲ୍ ଖାନଙ୍କ ବିରୋଧରେ ସାଇବର୍ ବୁଲିଂ ଓ ମାନସିକ ଭାବେ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

Raj kundra
ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ; ଚାର୍ଜସିଟ୍‌ରେ ରହିଛି ସାଂଘାତିକ ଅଭିଯୋଗ

ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବୁଧବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଶ୍ଳୀଳ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଶିଲ୍ପା ସେଟ୍ଟି ,ସର୍ଲିନ ଚୋପ୍ରା ଓ ଅନ୍ୟ ୪୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।

The madness of Rajinikanth's fans
ପ୍ରଶଂସକଙ୍କ ପାଗଳାମୀ ଦେଖି ରାଗିଗଲେ ସୁପରଷ୍ଟାର ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କର କ୍ରେଜ୍ ସବୁବେଳେ ରହି ଆସିଛି । କେବଳ ସାଉଥ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକଙ୍କ ରହିଛନ୍ତି। ନିକଟରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଗଳାମୀ ପାଇଁ ସେ ବହୁତ ରାଗି ଯାଇଛନ୍ତି । ରଜନୀକାନ୍ତଙ୍କ ଫିଲ୍ମର ପୋଷ୍ଟରରେ ପ୍ରଶଂସକ ମାନେ ଛେଳିର ରକ୍ତ ଛିଞ୍ଚିଛନ୍ତି । ଏନେଇ ରଜନୀକାନ୍ତ ବହୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

Sahheer and Ruchika
ବାପା ହେଲେ ଶାହିର , ଘରକୁ ଆସିଲେ ନୂଆ ସଦସ୍ୟ

ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା କଳାକାର ଶାହିର ଶେଖ୍ ଓ ରୁଚିକା କପୁରଙ୍କ ଘରେ ଏବେ ଖୁସିର ମାହୋଲ । କାହିଁକି ନା ଦୁହେଁ ବାପା ମାଆ ହୋଇ ଯାଇଛନ୍ତି । ରୁଚିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏ ନେଇ ଶାହିର ଆନୁଷ୍ଠାନିକ ଭାବେ କୈଣସୀ ସୂଚନା ଦେଇ ନାହାନ୍ତି କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୦ରେ ରୁଚିକା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

Gehana Vashista
ରହସ୍ୟ ଖୋଲିଲେ ଗହନା : କିପରି ହେଉଥିଲା ଅଶ୍ଳୀଳ ଫଟୋ ଓ ଭିଡିଓ

ଅଶ୍ଳୀଳତା ମମଲାକୁ ନେଇ ମଡେଲ୍ ଗହନା ବଶିଷ୍ଠ ଖୁବ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରା ମାମଲାରେ ତାଙ୍କ ନାମ ବି ଯୋଡା ଯାଉଛି। ଏବେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଅଶ୍ଳୀଳ ଫଟୋ ଆଉ ଭିଡିଓ କିପରି ସୁଟିଂ ହେଉଥିଲା ସେ ତାଙ୍କ ପ୍ରଶଂସକଙ୍କୁ କହିଛନ୍ତି। ଗହନା ବଶିଷ୍ଠ କହିଛନ୍ତି, ତାଙ୍କୁ କିମ୍ବା ଅନ୍ୟ କୌଣସି ମଡେଲଙ୍କୁ ବିନା କପଡାରେ ଅଶ୍ଳୀଳ ଫଟୋ ସୁଟ୍ କରିବା ନେଇ ବାଧ୍ୟ କରାଯାଉ ନ ଥିଲା।

sikhar dhawan and ayesha
କ୍ରିକେଟର ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀ ଛାଡପତ୍ର, ଇନଷ୍ଟାଗ୍ରାମରେ ଆୟେଶାଙ୍କ ଭାବପ୍ରବଣ ପୋଷ୍ଟ

ଭାରତୀୟ କ୍ରିକେଟ ଟିମ୍‌ର ଓପନର ଶିଖର ଧୱନ୍ ଓ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜୀ ଏବେ ଅଲଗା ହୋଇ ଯାଇଛନ୍ତି । ୮ ବର୍ଷର ସଂପର୍କରେ ପଡିଯାଇଛି ଫାଟ । ଏବେ ୨ ଜଣଙ୍କର ଛାଡ଼ପତ୍ର ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ଶିଖର ଧୱନଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

katrina kaif
କ୍ୟାଟ୍ରିନା ଶିଖୁଛନ୍ତି ଡାନ୍ସର ନୂଆ ଷ୍ଟେପ୍, ଭାଇରାଲ ହେଲା ଭିଡିଓ

ବଲିଉଡର ବାର୍ବି ଡଲ୍ କାଟ୍ରିନା କୈଫ୍ ନିଜର ଭିନ୍ନ ଶୈଳୀ ଏବଂ ସାହସିକତା ପାଇଁ ବେଶ୍ ଜଣାଶୁଣା । ଆଜିକାଲି ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ରହୁଛନ୍ତି କାଟ୍ରିନା କୈଫ୍ । କେବେ ଭିକି କୌଶଲଙ୍କ ସହ ସଂପର୍କକୁ ନେଇ ତ କେବେ ନୂଆ ଫିଲ୍ମର ପ୍ରମୋସନ ପାଇଁ, ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି କାଟ୍ରିନା । ଏବେ ତାଙ୍କର ଏକ ନୂଆ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Sidharth and Kiara
ଭିଡିଓ ସେୟାର କଲେ କିଆରା ଆଡଭାନୀ, ସିଦ୍ଧାର୍ଥ ଓ କିଆରାଙ୍କ କେମେଷ୍ଟ୍ରୀକୁ ପସନ୍ଦ କଲେ ଦର୍ଶକ

ବଲିଉଡରେ ଏବେ ନୂଆ ଯୋଡ଼ିକୁ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ୧୨ରେ ଦୁହଁଙ୍କର ଫିଲ୍ମ ଶେରସାହା ରିଲିଜ ହୋଇଛି । ଫିଲ୍ମରେ ଦୁହିଁଙ୍କର କେମେଷ୍ଟ୍ରୀକୁ ଦର୍ଶକେ ବେସ୍ ପସନ୍ଦ କରିଛନ୍ତି । ନିକଟରେ କିଆରା ଆଡଭାନୀ ନିଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦୁହିଁଙ୍କ ଅନ୍ଦାଜ୍ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି ।

shardha kapoor
ଦୁଲ୍ହନ ବେଶରେ ନଜର ଆସିଲେ ଶ୍ରଦ୍ଧା କପୁର, ଫ୍ୟାନ୍ସ କଲେ ପ୍ରଶଂସା

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କର ସୌନ୍ଦର୍ଯ୍ୟର ଜଲବା ଦେଖେଇଛନ୍ତି । ଶ୍ରଦ୍ଧାଙ୍କ ଦୁଲ୍ହନ ଲୁକ୍ ଦେଖି ଫ୍ୟାନ୍ସ ମାନେ ଦିବାନା ହୋଇ ଯାଇଛନ୍ତି । କିଛି ସମୟ ପାଇଁ ପ୍ରଶଂସକ ମାନେ ଭାବିଥିଲେ କି ଶ୍ରଦ୍ଧା ସତ ସତିକା ଦୁଲ୍ହନ ବନି ଯାଇଛନ୍ତି । କିନ୍ତୁ ଏହା ସତ ନୁହେଁ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶ ଫ୍ୟାସନ ଡିଜାଇନର ଫାଲଗୁନି ପିକକଙ୍କ ପାଇଁ ।

rambo 3
ଭାଇରାଲ ହେଲା ଫିଲ୍ମ ରମ୍ବୋ ୩ର ସିନ୍ ,ପସନ୍ଦ କଲେ ଦର୍ଶକ

ଲୋକପ୍ରିୟ ହଲିଉଡ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମଟି ଆଫଗାନିସ୍ତାନର ମୁଜାହିଦ୍ଧିନ ଯୁଦ୍ଧ ବିମାନ ଉପରେ ଆଧାରିତ । ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସମଗ୍ର ଦେଶର ପରିସ୍ଥିତି ବିଗିଡି ଯାଇଛି,କିନ୍ତୁ ଏହି ସମୟରେ ଏକ ଫିଲ୍ମର ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

kgf-2
ଘୋଷଣା ହେଲା କେଜିଏଫ ଚାପ୍ଟର-୨ର ରିଲିଜ ତାରିଖ

ସବୁ ପ୍ରତିକ୍ଷାର ଅନ୍ତ ଘଟିଲା , କେଜିଏଫ ଚାପ୍ଟର-୨ର ରିଲିଜ ଡେଟ୍ ଘୋଷଣା ହୋଇଛି । ଆସନ୍ତା ୨୦୨୨ ଏପ୍ରିଲ ୧୪ ତାରିଖରେ ରିଲିଜ ହେବ ବୋଲି ସୂଚନା ମିଳିଛି। କନ୍ନଡ ସୁପରଷ୍ଟାର ୟଶ ନିଜେ ରିଲିଜ ତାରିଖ ଘୋଷଣା କରିଛନ୍ତି । ତେବେ ଏହି ତାରିଖ ଘୋଷଣା ହେବା ପରେ ଫ୍ୟାନ୍ସ ମାନେ ବେଶ ଉତ୍ସାହିତ ଅଛନ୍ତି ।

sushanta singh rajput
ବଦଳିଲା ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ୍ ପ୍ରୋଫାଇଲ୍,ଭାବୁକ ହେଲେ ଫ୍ୟାନ୍ସ

ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରି ଗଲାଣି ୧ ବର୍ଷ । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଫେସ୍‌ବୁକ ଆକାଉଣ୍ଟ ହଠାତ ସକ୍ରିୟ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Salman khan and Rekha
ବିଗ୍‌ ବସ୍‌-୧୫ ପ୍ରୋମୋରେ ଅଭିନେତ୍ରୀ ରେଖା

ଆଉ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌- ୧୫ । ନିକଟରେ ବିଗବସ୍-୧୫ ହାଉସର ଝଲକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ସିଜନ-୧୫ରେ ବଲିଉଡ୍‌ର ଏକ ବଡ଼ ନାଁ ଯୋଡ଼ି ହେବାକୁ ଯାଉଛି । ଅଭିନେତ୍ରୀ ରେଖା ବିଗ୍‌ ବସ୍‌- ୧୫ର ପ୍ରୋମୋରେ ନଜର ଆସିଛନ୍ତି । ସୋ'ରେ ଏକ ଗଛ ପାଇଁ ସ୍ୱତନ୍ତ୍ର ଭଏସ୍ ଦେଇଛନ୍ତି ରେଖା ।

katrina kaif and vicky kaushal
ଏକାଠି ଅଛନ୍ତି ଭିକି କୌଶଲ ଏବଂ କ୍ୟାଟ୍ରିନା ! ଦୁହିଁଙ୍କ ସଂପର୍କକୁ ନେଇ ମିଳିଲା ସୂଚନା

ବି-ଟାଉନରେ ଏବେ ଦୁଇ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା । ଆମେ କହୁଛୁ ଉରି ଫିଲ୍ମ ଷ୍ଟାର୍‌ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ କଥା । ଭିକି କୌଶଲ ନିଜର ଦମଦାର ଆକ୍ଟିଂ ଜରିଆରେ ଲୋକଙ୍କ ମନକୁ କିଣିଥିବା ବେଳେ କ୍ୟାଟ୍ରିନା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ, ଏମାନେ ବହୁତ ଶୀଘ୍ର ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି।

pawandeep rajan
କେବଳ ସଙ୍ଗୀତରେ ଯାଦୁ ଦେଖାନ୍ତିନି, ପାହାଡିଆ ରାସ୍ତାରେ ବସ ବି ଚଳାନ୍ତି ପୱନଦୀପ୍

ଇଣ୍ଡିଆନ୍‌ ଆଇଡଲ ୧୨ ଜିତି ପବନଦୀପ ରାଜନ ବର୍ତ୍ତମାନ ଚର୍ଚ୍ଚାରେ । ଉତ୍ତରାଖଣ୍ଡର ବାସିନ୍ଦା ପବନଦୀପ ଇଣ୍ଡିଆନ୍‌ ଆଇଡଲ ଜିତିବା ପରେ ସଫଳତାର ନୂଆ ଶିଖରକୁ ଛୁଇଁଛନ୍ତି। ପବନଦୀପ ରାଜନ କେବଳ ସଙ୍ଗୀତରେ ନିଜର ଯାଦୁ ଚଳାଇନାହାନ୍ତି ବରଂ ସେ ପାହାଡିଆ ଘାଟି ରାସ୍ତାରେ ଖୁବ ଭଲରେ ବସ ଚଳାନ୍ତି ।

saif and kareena
ସୈଫ୍‌ଙ୍କ ଜନ୍ମଦିନ ପାଳିଲେ କରୀନା କପୁର, ମାଲଦ୍ୱୀପ ଭ୍ୟାକେସନର ଫଟୋ କଲେ ସେୟାର

ଏବେ କରୀନାଙ୍କୁ ନେଇ ବେଶୀ ଚର୍ଚ୍ଚା । ସବୁବେଳେ କରୀନା ବି ଟାଉନରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମାଲଦ୍ୱୀପରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ଜନ୍ମଦିନ ପାଳିଛନ୍ତି କରୀନା କପୁର। ଏନେଇ କରୀନା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।

film bhuj
ଅଜୟଙ୍କୁ ବଡ଼ ଝଟକା, ଲିକ୍ ହେଲା ଫିଲ୍ମ ‘ଭୁଜ୍‌ : ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ’

ବଡ଼ ବଜେଟ୍ର‌ ମଲ୍ଟି ଷ୍ଟାର ଫିଲ୍ମ ‘ଭୁଜ୍‌ : ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ’ ଅନ୍‌ଲାଇନ୍‌ ଲିକ୍‌ ହୋଇଛି । ଅଜୟ ଦେବଗନ, ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହ, ଶରଦ କେଲକଙ୍କୁ ନେଇ ହୋଇଥିବା ଫିଲ୍ମ ‘ ଭୁଜ୍‌ : ଦ ପ୍ରାଇଡ ଅଫ୍‌ ଇଣ୍ଡିଆ’ ଅନ୍‌ଲାଇନ ଚୋରିର ଶିକାର ହୋଇଛି । କରୋନା ପାଇଁ ବଡ ବଜେଟର ଫିଲ୍ମଗୁଡିକ ହଲ୍ ରେ ରିଲିଜ ହୋଇ ପାରୁ ନାହିଁ । ସେଥିପାଇଁ ଓଟିଟି ଜରିଆରେ ଫିଲ୍ମ ଗୁଡିକ ରିଲିଜ କରାଯାଉଛି । କିନ୍ତୁ ଏବେ ଫିଲ୍ମ ‘ଭୁଜ୍‌ : ଦ ପ୍ରାଇଡ ଅଫ୍‌ ଇଣ୍ଡିଆ ’ ଅନ୍‌ଲାଇନ ଲିକ୍‌ ହେବା ନେଇ ଫିଲ୍ମ ନିର୍ମାତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।