Advertisment

NETFLIX ପାଇଁ ବଢ଼ିଲା ଅଡ଼ୁଆ; ନୋଟିସ୍ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ...

ଭାରତରେ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ ଭୋଲା ଓ ଶଙ୍କର ରହିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
NETFLIX

NETFLIX

NETFLIX ପାଇଁ ବଢ଼ିଲା ଅଡ଼ୁଆ। ଭାରତରେ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ ଭୋଲା ଓ ଶଙ୍କର ରହିଛି। ଏହାକୁ ନେଇ ଆପତ୍ତି ଉଠାଇବା ସହ ହାଜର ହୋଇ ତଥ୍ୟ ରଖିବାକୁ ନେଟଫ୍ଲିକସକୁ ନୋଟିସରେ କୁହାଯାଇଥିବା ସୂଚନା ମିଳିଛି।

Advertisment

ବହୁଚର୍ଚ୍ଚିତ ୧୯୯୯ କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ୱେବ୍ ସିରିଜର କାହାଣୀ ତିଆରି ହୋଇଛି। ସେତେବେଳେ ଏହି ଅପହରଣରେ ‘ହରକତ୍ ଉଲ୍ଲ ମୁଜାହିଦ୍ଦିନ୍’ ର ୫ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନେ ହେଲେ ଇବ୍ରାହିମ୍ ଆଥର୍, ସାହିଦ୍ ଅଖତର, ସନ୍ନି ଅହମ୍ମଦ କାଜି, ଜହୁର୍ ଇବ୍ରାହିମ୍ ଏବଂ ସାକିର୍। 

କିନ୍ତୁ ଏହି ୱେବ୍ ସିରିଜ୍ ରେ ଏହାର ନାଁ ପରିବର୍ତ୍ତନ କରାଯାଇଛି ତାପୁଣି ଦୁଇ ଆତଙ୍କୀଙ୍କ ନାଁ ହିନ୍ଦୁ ଭଗବାନଙ୍କ ନାଁ ଶଙ୍କର ଓ ଭୋଲା ରଖାଯାଇଛି। ଯାହାକୁ ଦେଖି ଲୋକେ ସୋସିଆଲ୍ ମିଡିଆରେ ପ୍ରବଳ ସମାଲୋଚନା ବି କରିଥିଲେ । ଏହି ୱେବସିରିଜ୍‌ର ନିର୍ଦ୍ଦେଶକ ଅନୁଭବ ସିହ୍ନା। ଭିଡ୍, ARTICEL-15, ମୁଲକ୍ ଭଳି ସିନେମାର ନିର୍ଦ୍ଦେଶକ ଥିବା ଅନୁଭବ ପୂର୍ବରୁ ଅନେକ ବିବାଦରେ ଫସିଛନ୍ତି।

Advertisment

Netflix Web Series Indian Web Series Entertainment News
Advertisment
Advertisment