ରାତି ଅଧରେ ରାଜଧାନୀର ଜନବସତିକୁ ପଶି ଆସି ଦନ୍ତା ହାତୀ ଆକ୍ତାମାକ୍ତା । ହାତୀକୁ ଘଉଡ଼ାଇବାକୁ ନାକେଦମ୍ ବନ ବିଭାଗ । ଆଉ ହାତୀକୁ ଟ୍ରାଙ୍କୁଲାଇଜ୍ କରି କାବୁ ପରେ ଏବେ କେଉଁଠି ଛାଡ଼ିବ, ତାକୁ ନେଇ ହଟହଟା । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ଦନ୍ତାହାତୀ ଠାବ ହେବା ପରେ ଏହାକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲା ବନ ବିଭାଗ
କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହାତୀ ଦନ୍ତା ପାଇଁ ୨୪ ଘଣ୍ଟା ହେଲାଣି ନାକେଦମ୍ ବନ ବିଭାଗ ଓ ପୋଲିସ୍ ।
ଲାଲ୍ଗଡରେ ମାତିଲେ ହାତୀ। ଯାହାକୁ ଦେଖିଲେ ତାକୁ କଚାଡି ମାରିଲେ...ହାତୀଙ୍କ ଉତ୍ପାତ ସମ୍ପର୍କରେ ବାରମ୍ବାର ବନବିଭାଗକୁ ଖବର ଦେବା ପରେ ବି ଗାଁକୁ ଆସୁନାହାନ୍ତି କେହି। କାରଣ ମାଓବାଦୀଙ୍କୁ ସମସ୍ତଙ୍କ ଡର...ଦିନରେ କେବଳ ସଚେତନ କରି ବସୁଛି ପ୍ରଶାସନ
ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।
ଗଜ ଉଦ୍ଧାରଣର ନିଆରା ଦୃଶ୍ୟ...ଦେଖନ୍ତୁ ଭିଡ଼ିଓ...
ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍। ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଥିବା ସୂଚନା ମିଳିଛି। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍ ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ବୋଟ୍ରେ ଓଟିଭିର ୨ ଜଣ ପ୍ରତିନିଧି ଥିଲେ।