/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658206148.jpg)
Mother elephant faints after baby falls into manhole, Watch how vets revived her
ହାତୀ ମଣିଷ ଲଢ଼େଇର ଆପଣ ଅନେକ ଚିତ୍ର ଦେଖିଛନ୍ତି I କେଉଁଠି ହାତୀ ଉପଦ୍ରବ ତ କେଉଁଠି ଆତଙ୍କରେ କମ୍ପିଥାଏ ଗାଁ, ଗଣ୍ଡା ଓ ସହର ଉପକଣ୍ଠ I ହାତୀ-ମଣିଷ ଓ ମଣିଷ-ହାତୀ ଲଢ଼େଇ ମଧ୍ୟରେ କେବେ ହାତୀ ଦଳି ଦେବାରୁ ମଣିଷ ମରୁଛି ତ ପୁଣେ କେଉଁଠି ଶିକାରୀ ଆକ୍ରମଣରେ ଆହତ ହୋଇ ଜୀବନ ହାରୁଛି ହାତୀ I ପୁଣି କେଉଁଠି ସାଥୀ ସାଜୁଛି ହାତୀ, ଆଉ ସେଇ ସାଥୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ତୁଚ୍ଛ କରିଥାଏ ମଣିଷ । ଠିକ୍ ଏଇ ଦୃଶ୍ୟ ଭଳି, ସୋସିଆଲ ମିଡିଆରେ ଏହି ଗଜଉଦ୍ଧାରଣ ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେଉଛି I
ଭିଡିଓଟି ଥାଇଲାଣ୍ଡର, ସ୍ଥାନୀୟ ଖାଓ ୟାଇ ନ୍ୟାସନାଲ ପାର୍କର ହୋଇଥିବାବେଳେ ଏଠାରେ କ୍ରେନ୍ ସାହାଯ୍ୟରେ ଚାଲିଛି କୁନି ହାତୀର ରେସକ୍ୟୁ ଅପରେସନ । ପାଖରେ ଅଚେତ ଅବସ୍ଥାରେ ପଡ଼ିଥିବା ହାତୀକୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି I ଏହି ହାତୀ ରେସକ୍ୟୁ ଅପରେସନରେ ପାର୍କ ଓ ବନ ବିଭାଗ କତ୍ତୃପକ୍ଷ ତା ସାଙ୍ଗକୁ ପଶୁ ବିଶେଷଜ୍ଞ ଟିମ୍ ଲାଗି ପଡ଼ିଛନ୍ତି ।
ରାସ୍ତା କଡ଼ରେ ଥିବା ଏକ ଡ୍ରେନ୍ ରେ ଗଳି ପଡ଼ିଥିଲା ଏହି ବର୍ଷକର ହାତୀ ଛୁଆ I ଛୁଆକୁ ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲା ମାଆ ହାତୀ I ଖବର ପାଇ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ I ୧୦ ବର୍ଷୀୟ ମାଆ ହାତୀକୁ ସୁରକ୍ଷିତ ଉଦ୍ଧାର ପାଇଁ ତାକୁ ଟ୍ରାଙ୍କୁଲାଇଜ କରାଯାଇଥିଲା I ଏହା ପରେ କ୍ରେନ୍ ସାହାଯ୍ୟରେ ମାଈ ହାତୀକୁ ସୁରକ୍ଷିତ ସ୍ଥାନକୁ ଉଠାଇ ଅଣଯାଇଥିଲାI ଏହାର କିଛି କ୍ଷଣ ମଧ୍ୟରେ ହିଁ ବର୍ଷକର କୁନି ହାତୀ ଛୁଆକୁ ମଧ୍ୟ ରେସକ୍ୟୁ ଟିମ୍ ସଫଳତାର ସହ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ I
ତେବେ ରେସକ୍ୟୁ ଟିମ୍ ମାଈ ହାତୀର ଚେତା ନ ଫେରିବାରୁ ଚିନ୍ତାରେ ପଡ଼ିଯାଇଥିଲେ, ଏହା ପରେ ହାତୀ ଉପରେ ଚଢ଼ିଯାଇଥିଲେ ପଶୁ ଡାକ୍ତରୀ ଟିମ୍ I ସିପିଆର ଦ୍ୱାରା ହାତୀର ଜୀବନ ରକ୍ଷା ପାଇଁ ଟିମ୍ ଲାଗି ପଡ଼ିଥିଲା I ବାସ୍ କିଛି ସମୟର ପରିଶ୍ରମ ପରେ ନାଟକୀୟ ଶୈଳୀରେ ହାତୀ ଉଠିଥିଲା ଏବଂ ଛୁଆ ହାତୀ ସହ ରାସ୍ତା ପାର୍ ହୋଇ ପାର୍କ ଭିତରକୁ ଚାଲିଯାଇଥିଲା I ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି I
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)