Advertisment

ଧରାପୃଷ୍ଠକୁ ଆସି ମାମଲାରେ ଫସିଛନ୍ତି ମା’ ଦୁର୍ଗା, ମଣ୍ଡପ ଜାଗା ବିବାଦରୁ ହୋଇପାରୁନି ଦେବୀଙ୍କ ବିସର୍ଜନ

ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲେଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Maa Durga Stuck In Puja Pandal In Jajpur, Deprived Of Immersion Due To Legal Trouble

Durga Puja

ଧରାପୃଷ୍ଠକୁ ଆସି ମାମଲାରେ ଫସି ମଣ୍ଡପରେ ବସିଛନ୍ତି ମା’ଦୁର୍ଗା । ଆଇନରେ ଛନ୍ଦି ହୋଇ ଦଶହରାର ୪ ଦିନ ପରେ ବି ବିସର୍ଜିତ ନ ହୋଇ ମଣ୍ଡପରେ ରହିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ରାମ୍ବାଗ ଗାଁରେ । ମଣ୍ଡପ ଓ ଏହାର ପାଖ ଜାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ ଦ୍ବନ୍ଦରେ ଏ ବିବାଦୀୟ ପରିସ୍ଥିତି ଉପୁଜିଛି ।

Advertisment

ଅଧିକ ପଢ଼ନ୍ତୁ: ବଙ୍ଗଳାର ଏହି ମହାପୁରୁଷ ଓଡ଼ିଶାରେ ଆରମ୍ଭ କରିଥିଲେ ଦୁର୍ଗାପୂଜା; ଜାଣନ୍ତୁ ସେ କିଏ…

ସେପଟେ ଜମି ମାଲିକ କହିଛନ୍ତି ପୁଜା କମିଟି ତାଙ୍କ ଉପରେ ବିଏନଏସ ୧୬୩ ଧାରା ଲଗାଇ ଜାଗା ଉପରକୁ ଯିବାକୁ ରୋକ ଲଗାଇଛନ୍ତି । ସେପଟେ ଦେବୀଙ୍କ ବିସର୍ଜନ ଲାଗି ପ୍ରଶାସନ ହସ୍ତକ୍ଷେପ କରିବାକୁ ଉଭୟ ଦାବି କରିଛନ୍ତି । ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲେଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି ।

Advertisment

Durga Idol Immersion
Advertisment
Advertisment