• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜୟା ଦଶମୀ ଦିନ ବଡ଼ ଅଘଟଣ । ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ହଠାତ୍‌ ବନ୍ୟା ପାଣି ମାଡ଼ି ଆସିଯିବାରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତ୍ତମାନ NDRF ପକ୍ଷରୁ ଉଦ୍ଧାର କାମ ଜାରି ରହିଛି ।

ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି ।  ​​ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଗତକାଲି  ମାଲ ନଦୀ କୂଳରେ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ । ଜଲପାଇଗୁରି ଜିଲ୍ଲା ମାଜିଷ୍ଟ୍ରେଟ ମୌମିତା ଗୋଡରାଙ୍କ ସୂଚନା ଅନୁସାରେ, ଅଚାନକ୍‌ ବନ୍ୟା ପାଣି ଆସିବାରୁ କିଛି ଲୋକ ଭାସି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସାତ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ପାଖରେ ଥିବା ୫୦ ଜଣଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଚାଲିଛି  ।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ପାଇଁ NDRF, SDRF, ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ନିୟୋଜିତ ଅଛନ୍ତି ।  ଲଘୁଚାପ ବର୍ଷା ଯୋଗୁ ମାଲ ନଦୀରେ ବନ୍ୟା ଜଳ ଆସିଥିବା ସୂଚନା ମିଳିଛି ।

ତେବେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, "ପଶ୍ଚିମବଙ୍ଗର ଜଲପାଇଗୁରିରେ ଦୁର୍ଗା ପୂଜା ମହୋତ୍ସବରେ ଘଟିଥିବା ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ । ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ।