• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାବାଧାନ୍‌ ! କୋଭିଡ ଟିକା ନେଇଥିବା ସମସ୍ତ ଲୋକଙ୍କ ଡାଟା ଲିକ୍‌ ହୋଇଯାଇଛି । କୋଭିଡ୍‌ ଭ୍ୟାକ୍ସିନେସନକୁ ଟ୍ରାକ୍ କରୁଥିବା ପ୍ଲାଟଫର୍ମ କୋୱିନ୍‌ରୁ ତଥ୍ୟ ଲିକ୍ ହୋଇଥିବା ଖବର ଆସୁଛି । ଟେଲିଗ୍ରାମ୍‌ ବୋଟ୍‌ ଦ୍ୱାରା ଡାଟା ଏପଟସେପଟ ହୋଇଥିବା କୁହାଯାଇଛି । ଫଳରେ ଲିକ୍‌ ହୋଇଥିବା ଡାଟା ସୋସିଆଲ ମିଡିଆ ପ୍ଲାଟଫର୍ମରେ ସହଜରେ ଉପଲବ୍ଧ ହେଉଛି । ଏବେ ବଡ଼ ବଡ଼ ନେତାମନ୍ତ୍ରୀ ପ୍ରାଇଭେଟ୍‌ ଡାଟାର ସ୍କ୍ରିନ୍‌ସଟ୍‌ ମୋବାଇଲରୁ ମୋବାଇଲ୍‌ ଘୁରି ବୁଲୁଛି । ତେବେ ଏହି ସାଂଘାତିକ ଖବର ପ୍ରଘଟ ହେବା ପରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।

କରୋନାରୁ ବଞ୍ଚିବା ପାଇଁ ଟିକା ନେଇଥିବା ସମସ୍ତ ଭାରତୀୟଙ୍କ ମୋବାଇଲ୍ ନମ୍ବର, ଆଧାର ନମ୍ବର, ପାସପୋର୍ଟ ନମ୍ବର, ଭୋଟର ପରିଚୟ ପତ୍ର, ସମ୍ବନ୍ଧିତ ତଥ୍ୟ ଏବେ ଟେଲିଗ୍ରାମ ବୋଟରେ ଉପଲବ୍ଧ । ଟିଏମସି ମୁଖପାତ୍ର ସାକେତ୍‌ ଗୋଖଲେ ଟ୍ୱିଟ୍ କରି କହିଛନ୍ତି, କେନ୍ଦ୍ର ସରକାରରେ ଏକ ବଡ଼ ତଥ୍ୟ ଉଲ୍ଲଂଘନ ହୋଇଛି । ବହୁ ବଡ ନେତାଙ୍କ ସୂଚନା ମଧ୍ୟ ଲିକ୍ ହୋଇଛି । ଯେଉଁଥିରେ ଟିଏମସି ନେତା ଡେରେକ ଓବ୍ରାଇନ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍, କଂଗ୍ରେସ ନେତା ଜୟରାମ ରମେଶ ଏବଂ କେ ବେନୁଗୋପାଲ୍ ଇତ୍ୟାଦିଙ୍କ ନାମ ସାମିଲ ଅଛନ୍ତି । ଟେଲିଗ୍ରାମ ବୋଟ୍‌ରେ ସମସ୍ତ ତଥ୍ୟ ଏବେ ମାଗଣାରେ ମିଳିଯାଉଥିବା ସେ କହିଛନ୍ତି । ଅନ୍ୟପଟେ ଟେଲିଗ୍ରାମ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିପାରି ନାହିଁ ।

ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ମୋଦି ସରକାର ଯେତେବେଳେ ' ଲୋକଙ୍କ ବ୍ୟକ୍ତିଗତ ସୁରକ୍ଷା'କୁ ସର୍ବୋତ୍ତମ କହୁଛନ୍ତି, ସେତେବେଳେ ସାଧାରଣ ଲୋକଙ୍କ ପାସପୋର୍ଟ ନମ୍ବର, ଆଧାର ନମ୍ବର ଇତ୍ୟାଦି ବ୍ୟକ୍ତିଗତ ବିବରଣୀ କିପରି ଲିକ୍ ହେଲା ? ଗୃହ ମନ୍ତ୍ରଣାଳୟ କିପରି ଏହି ଲିକ୍ ସମ୍ପର୍କରେ ଅବଗତ ନୁହଁନ୍ତି ? ଜନସାଧାରଣଙ୍କୁ ଏହି ଲିକ୍ ବିଷୟରେ କାହିଁକି କୁହାଗଲା ନାହିଁ ଆଦି ପ୍ରଶ୍ନ ଉଠିଛି ।

ସରକାରୀ ସୂତ୍ରରୁ କ’ଣ କୁହାଯାଇଛି ?

ଅନ୍ୟପକ୍ଷରେ ତଥ୍ୟ ଲିକ୍‌ ଘଟଣାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । କୋୱିନ୍‌ ପକ୍ଷରୁ ଭେକ୍ସିନେସନ୍‌ ରେଜିଷ୍ଟ୍ରେସନ୍‌ରେ ଡେଟ୍‌ ଅଫ୍‌ ବାର୍ଥ ଓ ଘରର ଠିକଣା ଆଦି ତଥ୍ୟ ସଂଗ୍ରହ କରାଯାଏ ନାହିଁ ବୋଲି କୁହାଯାଇଛି । କୋୱିନ୍‌ ପୋର୍ଟାଲ୍ କେବଳ ଟିକାକରଣ ସମ୍ମନ୍ଧିତ ତଥ୍ୟ ସଂଗ୍ରହ କରିଥାଏ । ଫାଷ୍ଟ ଡୋଜ୍, ସେକେଣ୍ଡ୍ ଡୋଜ୍ ‌ଓ ବୁଷ୍ଟର ଡୋଜ୍ ସମ୍ପର୍କରେ ତଥ୍ୟ ରଖେ । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଲିକ୍ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ସହ ତଦନ୍ତ ଆରମ୍ଭ ହୋଇଥିବା କୁହାଯାଇଛି ।