• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Danger Mark

ଚିଲିକା ଉପରେ ଚଡ଼କ !
Chilika in Danger: ଜାତୀୟ ରାଜପଥ ନିର୍ମାଣ ହେଲେ ବିଦେଶୀ ପକ୍ଷୀଙ୍କ ଭୂ-ସ୍ୱର୍ଗ ଚିଲିକା ଉପରେ ପଡ଼ିବ କି ଚଡ଼କ ?

ଚିଲିକା ବିଦେଶ ପକ୍ଷୀଙ୍କ ପାଇଁ ଭୂ-ସ୍ୱର୍ଗ । ଅକ୍ଟୋବରରୁ ମାର୍ଚ୍ଚ, ଛଅ ମାସ ପ୍ରାୟ ଏଗାର ଲକ୍ଷ ବିଦେଶାଗତ ପକ୍ଷୀ ଅବସ୍ଥାନ ବିଶ୍ୱ ପର୍ଯ୍ୟଟନର ବିଭବ ଭାବେ ଗ୍ରହଣ କରାଯାଇପାରେ । ୨୦୨୪ ବାର୍ଷିକ ପକ୍ଷୀଗଣନାରେ ପ୍ରାୟ ୧୧ ଲକ୍ଷ ୩୮ ହଜାର ପକ୍ଷୀଙ୍କୁ ଠାବ କରାଯାଇଥିଲା । ଏଥିରେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ସଂଖ୍ୟା ୭୯ ପ୍ରଜାତିର ପ୍ରାୟ ୩୯ ହଜାର ଥିବା ସ୍ଥଳେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୧୦୮ ପ୍ରଜାତିର ପ୍ରାୟ ଏଗାର ଲକ୍ଷ ଦର୍ଶାଯାଇଥିଲା । ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ପା ହଜାର ୮୦୦ ବଢ଼ିଥିବା ଜଣାଯାଇଛି ।