ବାତ୍ୟା ଜୱାଦ୍’ ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ତେବେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ ସ୍ଥଳଭାଗ ଛୁଇଁପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା।
ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍’ ! ଆଜି ଅବପାତରେ ପରିଣତ ହୋଇପାରେ ଲଘୁଚାପ କ୍ଷେତ୍ର। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ।
ଆସନ୍ତାକାଲି ଅବପାତରେ ପରିଣତ ହେବ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। କେଉଁଠି ମାଡ଼ ହେବ ? କେଉଁ ଜାଗାରେ ଅତିକ୍ରମ କରିବ ? କେତେ ତୀବ୍ରତା ରହିବ ? ଏସବୁ ଆସନ୍ତାକାଲି ସ୍ପଷ୍ଟ ହେବ।
କାହିଁକି ଓଡ଼ିଶା ମୁହାଁ ହେଉଛି ଗୋଟିଏ ପରେ ଗୋଟିଏ ବାତ୍ୟା? ଶନିବାର ଓଡ଼ିଶାର କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା? ଜାଣନ୍ତୁ କ’ଣ କହୁଛି ପାଣିପାଗ.
ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା। ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ି ଘଣ୍ଟା ପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବହି ପାରେ।
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ପହଞ୍ଚିପାରେ ଲଘୁଚାପ କ୍ଷେତ୍ର। ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଡିସେମ୍ବର ୪ ତାରିଖ ସକାଳେ ଏହା ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ଓଡ଼ିଶା ଓ ଏହାର ନିକଟସ୍ଥ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ।