ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ । ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଲିଖିତ ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଉତ୍ତର ରଖିଛନ୍ତି ।
ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି ।