Advertisment

Families Seek Shelter in Crematorium: କାଦୁଅ ପଚପଚ ଗାଁ ଶ୍ମଶାନରେ ବିତୁଛି ୧୬ ପରିବାରର ଜୀବନ। ନା ସେମାନଙ୍କ ପାଇଁ ଅଛି ରାସ୍ତା, ନା ପିଇବା ପାଣି, ନା ବିଜୁଳି।

ଗାଁ ଶ୍ମଶାନରେ ଛିଣ୍ଡା ପଲିଥିନ ଘେରା ଚାଳିଆ ସାଙ୍ଗକୁ ବାଉଁଶ ଓ ବରଡା ପତ୍ରରେ ନିର୍ମିତ ଛପର ଘରେ ରହୁଛନ୍ତି ୧୦୦ରୁ ଅଧିକ ଲୋକେ। ପ୍ରଶାସନ ବିସ୍ଥାପିତ କରିଥିଲେ ବି ସେଭଳି ସୁବିଧା ସୁଯୋଗ ଯୋଗାଇ ଦେଇନଥିବା ଅଭିଯୋଗ ।

author-image
Smruti Sarita Nanda
ଅଦ୍ୟତନ ହୋଇଛି
ମଶାଶିରେ ଦୁଃସ୍ଥ ମଣିଷ

ମଶାଶିରେ ଦୁଃସ୍ଥ ମଣିଷ

ଶ୍ମଶାନ ନାଁ ଶୁଣିଲେ ସେହିବାଟେ ଦେଇ ଯିବାକୁ ସାଧରଣତଃ ଲୋକଙ୍କୁ ଡର ଲାଗେ। ହେଲେ ଶ୍ମଶାନ ଜମିରେ ରହୁଛନ୍ତି ପ୍ରାୟ ୧୬ ପରିବାର। ପିଲାଛୁଆଠାରୁ ଆରମ୍ଭ କରି ବୁଢାବୁଢି, ପ୍ରାୟ ଶହେ ଲୋକେ ରହୁଛନ୍ତି ଶ୍ମଶାନରେ। ଦୀର୍ଘ ୭ ମାସ ହେଲା ଶ୍ମଶାନରେ କଟୁଛି ଜୀବନ। ଜଗତସିଂହପୁର ଆଳିପିଙ୍ଗଳ ଗାଁ ଶ୍ମଶାନ ପାଲଟିଛି ଏମାନଙ୍କ ଠିକଣା।

Advertisment

୫୦ ବର୍ଷ ହେଲା ବାଲିଘାଇଠାରେ ସରକାରୀ ଅନାବାଦୀ ଜାଗାରେ ରହଣି ପରେ ବିସ୍ଥାପିତ ଏହି ୧୬ ପରିବାର। ଯେଉଁ ଜମିରେ ୫୦ ବର୍ଷ ହେଲା ରହିଆସୁଥିଲେ ସେହି ବାଲିଘାଇ ସରକାରୀ ଅନାବାଦୀ ଜମି ଏବେ କୁଆଡେ ପାଲଟିଛି ଜଣେ ମୁଷ୍ଟିମେୟ ଲୋକର ସ୍ଥିତିବାନ ସମ୍ପତ୍ତି। ଏଭଳି ଅଭିଯୋଗ ଉଠାଇଛନ୍ତି ଏହି ଶ୍ମଶାନ ବାସିନ୍ଦା। ବାଲିଘାଇ ଅଞ୍ଚଳରେ ରହୁଥିବା ବେଳେ ବିନା ନୋଟିସରେ ପ୍ରଶାସନ ପକ୍ଷରୁ ସେମାନଙ୍କ ଘର ଭାଙ୍ଗିଦିଆଯାଇଥିଲା। ଖାଲି ପଲିଥିନ ପାଲ ଦେଇ ପ୍ରଶାସନ ଏମାନଙ୍କୁ ବିସ୍ଥାପିତ କରିଦେଇଥିଲା ବୋଲି ଅଭିଯୋଗ ଉଠିଛି।

ଏଇ କିଛି ମାସ ହେଲା ଶ୍ମଶାନରେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବିସ୍ଥାପିତ ପରିବାର।ଏବେ ବର୍ଷା ଦିନ ହୋଇଥିବାରୁ ବିସ୍ଥାପିତଙ୍କ ଉପରେ ଦାଉ ସାଜିଛି ଦଇବ। ଛିଣ୍ଡା ପଲିଥିନ ଚାଳିଆରୁ ମୁଣ୍ଡ ଉପରେ ପାଣି ଗଳୁଛି । ଚୁଲିରେ ପଶୁଛି ପାଣି। ଦିନେ ଦିନେ ରୋଷେଇ ହୋଇପାରୁନଥିବାରୁ ଭୋକ ଉପାସରେ ରହୁଛନ୍ତି କିଛି ପରିବାର। ଏମାନଙ୍କୁ ସରକାରୀ ଯୋଜନାରେ ଜମି ଯୋଗାଇ ଦେବାକୁ ଦାବି ହେଉଛି।ମାନବାଧିକାର କମିଶନ ଏବଂ ଉଚ୍ଚ ନ୍ୟାୟାଳୟରେ ଦଳିତ ବିକାଶ ପରିଷଦ ଦ୍ୱାରସ୍ଥ ହେବା ଭୂମିହୀନ ପରିବାରକୁ ତୁରନ୍ତ ଥଇଥାନ ସହ ଉଚିତ କ୍ଷତିପୂରଣ ପ୍ରଦାନ ଲାଗି ନିର୍ଦ୍ଦେଶ ଥିବା କହିଛନ୍ତି ସଙ୍ଗଠନ ସଭାପତି। ଏପଟେ ତହସିଲଦାର କହିଛନ୍ତି, ବିସ୍ଥାପିତଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉଛି ।

Advertisment
Families Jagatsinghpur Odisha News Village Crematorium
Advertisment
Related Articles
Advertisment